Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଷ୍ପା ଦେଖି ପାଗଳ ହେଲେ ଫ୍ୟାନ୍ସ, ମୁଭି ମଝିରେ ଅଲ୍ଲୁଙ୍କ ଷ୍ଟାଇଲରେ କାମୁଡ଼ିଦେଲେ କାନ

by ସଞ୍ଜୟ ସ୍ୱାଇଁ
December 14, 2024
in NATIONAL NEWS
ପୁଷ୍ପା ଦେଖି ପାଗଳ ହେଲେ ଫ୍ୟାନ୍ସ, ମୁଭି ମଝିରେ ଅଲ୍ଲୁଙ୍କ ଷ୍ଟାଇଲରେ କାମୁଡ଼ିଦେଲେ କାନ
108
VIEWS
Share on FacebookShare on Twitter

ଗ୍ୱାଲିୟର, (ବାଘୁଆବାର୍ତ୍ତା): ଭାରତର ସବୁ ହଲରେ ଏବେ ରାଜ୍ କରୁଛି ପୁଷ୍ପା-୨ ଦ ରୁଲ୍ ସିନେମା। ଜବରଦସ୍ତ ଫାଇଟ୍ ସିନ୍ ସାଙ୍ଗକୁ ରୋମାନ୍ସରେ ଭରପୂର ଫିଲ୍ମ ପୁଷ୍ପା ଦେଖିବା ପାଇଁ ସବୁ ହଲ୍ ପ୍ରାୟ ହାଉସଫୁଲ୍ ରହୁଛି। ପ୍ରତିଟି ପ୍ରେକ୍ଷାଳୟରେ ଖଚାଖଚ୍ ଭିଡ଼, ଯୁବପିଢୀଙ୍କ ଭାଷାରେ କହିବାକୁ ଗଲେ ମାର୍କେଟରେ ଏବେ ପୁଷ୍ପା ମାତିଛି। ପୁଷ୍ପା ମାନିଆରେ ଏବେ ଯେମିତି ସବୁ ପାଗଳ। କିଏ ପୁଷ୍ପାରାଜ୍ ଷ୍ଟାଇଲର ସାର୍ଟ ପିନ୍ଧିଲାଣି ତ ଆଉ କିଏ ନିଶ,ଦାଢି ରଖି ଗୋଟିଏ ହାତକୁ ଉପରକୁ ଉଠାଇ ଚାଲିଲେଣି। ଆଉ କେହି କେହି ଝୁକେଗା ନୈହି କହି ଷ୍ଟାଇଲ୍ ମାରିଲେଣି। କିଛି ଦିନ ତଳେ ତ ପୁଷ୍ପା ପ୍ରିମିୟରରେ ଅଲ୍ଲୁ ଅର୍ଜ୍ଜୁନଙ୍କୁ ଦେଖିବା ପାଇଁ ଲୋକ ଏମିତି ଦଳାଚକଟା ହେଲେ ଯେ ଫିଲ୍ମ ଦେଖିବାକୁ ଯାଇଥିବା ମା’ପୁଅଙ୍କ ତଳେ ପଡ଼ି ଜୀବନ ଚାଲିଗଲା। ଏଥିରୁ ହିଁ ଜାଣିପାରୁଥିବେ ଲୋକଙ୍କୁ ଏବେ ପୁଷ୍ପା କ୍ରେଜ୍ କେମିତି ଘାରିଛି। ହେଲେ ସିନେମା ଦେଖି ଏତେଟା ଉତ୍ସାହିତ ହେବା କେତେ ଦୂର ଯୁକ୍ତିଯୁକ୍ତ ସିନେପ୍ରେମୀ ଥରେ ଭାବିବା କଥା। ଏଭଳି କଥା କହିବାର କାରଣ ହେଉଛି ମଧ୍ୟପ୍ରଦେଶର ଗ୍ବାଲିୟରରେ ଏବେ ଏକ ଅଜବ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଗାଲରେ ହାତ ଦେଇ କହିବେ , କି ପୁଷ୍ପା ଆସିଲା ଲୋକଙ୍କୁ ବାଇଆ କଲା। ଆଜ୍ଞା ଆପଣ ପୁଷ୍ପା-୨ ସିନେମା ଦେଖିଛନ୍ତି କି ନାହିଁ? ଯଦି ଦେଖିଥିବେ ସିନେମାରେ ଗୋଟିଏ ସିନ୍ ରହିଛି ଯେଉଁଥିରେ ଆକ୍ଟର ଅଲ୍ଲୁ ଅର୍ଜ୍ଜୁନ୍ ଖଳନାୟକର କାନକୁ କାମୁଡ଼ି ଗୋଟିଏ ଜବରଦସ୍ତ ଫାଇଟ୍ ସିନ୍ ଦେଉଛନ୍ତି। ପରଦାରେ ଲୋକ ସିନ୍ ଦେଖିଲେ , ହ୍ବିସିଲ୍ ମାରିଲେ କିନ୍ତୁ ସତସତିକା କେହି ସିନେମା ଦେଖି କାନ କାମୁଡ଼ିଦେଲେ ଆପଣ ତାଙ୍କୁ କ’ଣ କହିବେ? ଗ୍ବାଲିୟରରେ ଶବ୍ବିର ନାମକ ଜଣେ ଯୁବକ ପୁଷ୍ପା ଫିଲ୍ମ ଦେଖିବା ପାଇଁ କାଜଲ୍ ଟକିଜକୁ ଯାଇଥିଲେ। ସିନେମାର ଇଣ୍ଟରଭାଲ୍ ପୂର୍ବରୁ ସ୍ନାକ୍ସ୍ କିଣିବା ପାଇଁ ସେ ହଲର କ୍ୟାଣ୍ଟିନକୁ ଗଲେ ଏବଂ ବିଲକୁ ନେଇ ସେଠାରେ ଥିବା ଚନ୍ଦନ , ରାଜୁ ଏବଂ ଏମ୍.ଏ ଖାନଙ୍କ ସହ ତାଙ୍କର ଝଗଡ଼ା ହେଲା। ସାମାନ୍ୟ କଥାଟି ଏତେ ବଡ଼ ହେଲା ଯେ ପ୍ରଥମେ ଶବ୍ବିରଙ୍କୁ ସବୁ ମିଶି ପିଟିଲେ ତାପରେ ଜଣେ ଫିଲ୍ମ ଷ୍ଟାଇଲରେ ତାଙ୍କ କାନକୁ କାମୁଡ଼ି ମାଂସଖଣ୍ଡ ଚୋବାଇ ଖାଇଗଲେ। ଲହୁଲୁହାଣ ଅବସ୍ଥାରେ ଶବ୍ବିରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏବେ ତାଙ୍କ କାନରେ ୮ ଟି ଷ୍ଟିଚ୍ ପଡ଼ିଛି। ଶବ୍ବିର କୁହନ୍ତି, ସିନେମାର କୁପ୍ରଭାବ ଲୋକଙ୍କ ଉପରେ ଏମିତି ପଡ଼ିଛି ଯେ ସମସ୍ତେ ଏବେ ନିଜକୁ ବଡ଼ ବଡ଼ ଗୁଣ୍ଡା ବୋଲି ଭାବୁଛନ୍ତି। ଶବ୍ବିର ୩ ଜଣ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ମଧ୍ୟ ଘଟଣାରେ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିସାରିଛି । ହେଲେ ଏହାରି ଭିତରେ ପ୍ରଶ୍ନ ଉଠୁଛି ସିନେମା ଦେଖି ଆମେ ଶିଖୁଛେ କ’ଣ? ସିନେମାରେ ନାରୀଙ୍କୁ ସମ୍ମାନ, ପରିବାର ପ୍ରତି ଅନ୍ତରରୁ ପ୍ରେମ,ଲିଡର କ୍ବାଲିଟି ,ଭାଇଚାରା ଭଳି ମଧ୍ୟ ବାର୍ତ୍ତା ଦିଆଯାଇଛି କିନ୍ତୁ ଶିଖିଲେ ତ କ’ଣ କାନ କାମୁଡ଼ିବା! ମନୋରଞ୍ଜନର ସବୁ ମସଲାକୁ ମିଶାଇଲେ ତିଆରି ହୁଏ ଗୋଟିଏ ଭଲ ସିନେମା କିନ୍ତୁ ବାସ୍ତବରେ ସିନେପ୍ରେମୀ ହିଂସାକୁ ହିଁ କାହିଁକି ଆପଣାନ୍ତି? ବିଚାର କରିବା ଆପଣଙ୍କ ହାତରେ ..

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!