ନୟାଗଡ଼, (ବାଘୁଆବାର୍ତ୍ତା): ଶ୍ରମିକ ମାନେ ପେଟ ପୋଷିବା ପାଇଁ ସକାଳୁ ସକାଳୁ କାମ କରିବାକୁ ବାହାରି ଆସୁଥିବା ବେଳେ ଆଜି ସକାଳୁ ଅଭାବନୀୟ ଘଟଣା ଘଟିଛି । ସୂଚନାନୁସାରେ, ନୟାଗଡ଼ ପୌରପରିଷଦ ସଦର ଥାନା ନିକଟବର୍ତ୍ତୀ ଝୁମ୍ପୁରୀ ଛକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ କଡ଼ରେ ଆଜି ସକାଳୁ କିଛି ଶ୍ରମିକ ଘର କାମ କରୁଥିବା ବେଳେ କୌଣସି କାରଣ ନେଇ ବଚସା ହୋଇଥିଲା । ବଚସା ଉଗ୍ର ରୁପ ନେବାରୁ ଶ୍ରମିକ ଶ୍ରମିକ ଭିତରେ ଧସ୍ତାଧସ୍ତି ଲାଗିଥିବା ଦେଖିବାକୁ ମିଳିଥିଲା ।





