ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ଅଧୀନ ଚଣ୍ଡିବସ୍ତ ଗାଁରେ ଘଟିଥିବା ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଏହି ଘଟଣା ପାରିବାରିକ ମାମଲାକୁ ନେଇ ହୋଇଥିବା ବେଳେ ଏହାକୁ ରାଜନୈତିକ ରୁପ ଦେଉଛନ୍ତି ଆଜିର ସରକାର । ଘରୋଇ କଳିକୁ ନେଇ ଘଟିଥିବା ଘଟଣାରେ ପୁଲିସ ପକ୍ଷରୁ ତର୍ଜମା କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହାକୁ ରାଜନୈତିକ ରୁପ କାହିଁକି ଦିଆଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପୁଲିସ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ଉ କରାଯାଇ ଆସାମୀ ମାନଙ୍କୁ ଗିରଫ କରିବା ସହିତ ଅନ୍ୟ ମାନଙ୍କୁ ଚଢ଼ଉ ଜାରି ରଖିଛି । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ମଧ୍ୟ ଏହାକୁ ରାଜନୈତିକ ରୁପ ଦିଆଯାଉଛି । ସାମାନ୍ୟ ପୁଜା ପାଇଁ ଦୁଇ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଦେଖା ଦେଇଥିଲା । ଧିରେ ଧିରେ ଏହା ଉଗ୍ର ରୁପ ନେଇଥିଲା । ଉଭୟ ପକ୍ଷରୁ ଆକ୍ରମଣ କରାଯାଇ ଆଘାତ ହୋଇଥିଲେ ।





