ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୂର୍ୟ୍ୟପରାଗରେ ବିରିୟାନି ଖାଇଥିଲେ, ଆଜି ଚନ୍ଦ୍ରଗ୍ରହଣରେ ବି ଖାଉଛନ୍ତି । ଆଉ ଏହାକୁ ନେଇ ଗ୍ରହଣ ନୀତି ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ। ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ବର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି। ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀ ବିରୟାନି ପାର୍ଟି ଆୟୋଜନ କରିଥିଲେ। ଜୟବିଜ୍ଞାନ ଅଭିଯାନ ପକ୍ଷରୁ ଆଲୋଚନାଚକ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଷୟ ବସ୍ତୁ ସମାଜ ସଂସ୍କାରରେ ବିଜ୍ଞାନର ଭୂମିକା। ଏଥିରେ ସାମିଲ ହୋଇଥିଲେ ହେତୁବାଦୀ, ବାମପନ୍ଥୀ,ଡାକ୍ତର, ବିଭିନ୍ନ ସାମାଜିକ ସଂଗଠନ। ସଭାସ୍ଥଳରେ ଖାଦ୍ୟ ସାମଗ୍ରୀ ପହଞ୍ଚିଥିଲା। ତେବେ ଏହାକୁ ବ୍ରାହ୍ମଣ ସଂଘ ବିରୋଧ କରିଛନ୍ତି । ଏବଂ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ସେହିପରି ବ୍ରହ୍ମପୁରରେ ମଧ୍ୟର ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି।





