Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
May 15, 2025
in State
ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର ଟଙ୍କା
16
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ଜଳଧରପୁର ଗାଁରେ ଦିନ ଦ୍ଵିପ୍ରହରରେ ଲୁଟ୍। ବୃଦ୍ଧଙ୍କ ଠାରୁ ଲୁଟିନେଲେ ୫୦ ହଜାର ଟଙ୍କା। ଗୁରୁବାର ମଧ୍ୟାହ୍ନ ୧୨ଟା ୫୩ରେ କାଳୀମନ୍ଦିର ପାଖରେ ଦେବେନ୍ଦ୍ର ପଲ୍ଲାଇଙ୍କ ଠାରୁ ଲୁଟ୍ ହୋଇଛି। ଏନେଇ ସେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଦେବେନ୍ଦ୍ର ପଲ୍ଲାଇ ଦିନ ୧୨ଟା ବେଳେ ଚାନ୍ଦବାଲି କାଳୀମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଏହାପରେ ବସ୍ରେ ଜଳଧରପୁର ଯିବା ପାଇଁ ଚାନ୍ଦବାଲି ଇକୋ ବ୍ୟାଙ୍କ ପାଖରେ ବସକୁ ଅପେକ୍ଷା କରିଥିଲେ। ଟଙ୍କା ବ୍ୟାଗଟିକୁ ପାଖରେ ରଖି ବସିଥିବା ବେଳେ ସାମାନ୍ୟ ଅନ୍ୟମନସ୍କ ହୋଇଯିବାରୁ କେହି ଅଜଣା ଦୁର୍ବୃତ୍ତ ବ୍ୟାଗ ଚୋରି କରି ନେଇଥିଲା। ବହୁତ ଖୋଜାଖୋଜି କରି ନୟାନ୍ତ ହେବା ପରେ ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ତେବେ ପାଖ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କଲେ ଚୋର ଧରା ପଡ଼ିବ ବୋଲି ଦେବେନ୍ଦ୍ର କହିଛନ୍ତି। ଘଟଣାକୁ ନେଇ ଚାନ୍ଦବାଲି ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ କିଛି ଦିନ ତଳେ ଦୁଇ ଟଙ୍କା ପାଇଁ ଦିଗଛିଆ ନାଲୁଗୁଣ୍ଡା ରାସ୍ତା କଡ଼ରେ ଥିବା ଦୋକାନୀ ଉପରେ ଗୁଳି ମାଡ଼ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହଁ। ଦିନକୁ ଦିନ ଚାନ୍ଦବାଲି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହିତ ଚୋରି ଡକାୟତି ଘଟଣା ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ହେବା ସହିତ ପୋଲିସ ପାଟ୍ରୋଲିଂ ବଢାଇବାକୁ ଏବଂ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!