Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଷାକ୍ତ ମଦ ପିଇ ଗଲାଣି ୫୫ ଜଣଙ୍କ ଜୀବନ, ଯୋଗାଣକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
June 22, 2024
in Crime, NATIONAL NEWS
ବିଷାକ୍ତ ମଦ ପିଇ ଗଲାଣି ୫୫ ଜଣଙ୍କ ଜୀବନ, ଯୋଗାଣକାରୀ ଗିରଫ
35
VIEWS
Share on FacebookShare on Twitter

ତାମିଲନାଡୁ, (ବାଘୁଆବାର୍ତ୍ତା): ତାମିଲନାଡୁ ମଦ ମୃତ୍ୟୁ ମାମଲାରେ ସନ୍ଦିଗ୍ଧ ମୁଖ୍ୟ ଯୋଗାଣକାରୀ ଗିରଫ। ଆଜି ପୁଲିସ ଜଣେ ମୁଖ୍ୟ ଯୋଗାଣକାରୀକୁ ଗିରଫ କରିଛି। ପୁଲିସ କହିଛି ଯେ, ଗିରଫ ଚିନ୍ନାଦୁରାଇ କରୁଣାପୁରମ ଗାଁକୁ ବିଷାକ୍ତ ମଦ ଯୋଗାଣର ମୁଖ୍ୟ ସନ୍ଦିଗ୍ଧ। ପ୍ରକାଶ ଥାଉକି, ରାଜ୍ୟର କାଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ମାମଲା ହାହାକାର ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ପିଇ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସରକାରୀ ସ୍ତରରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ବିଷାକ୍ତ ମଦ ପିଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇଯାଇଛନ୍ତି। କିନ୍ତୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାର ମଧ୍ୟ ଅନେକ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଜିଲ୍ଲାପାଳଙ୍କ ବଦଳି କରାଇଛନ୍ତି।ଏଥିସହ ଅବସରପ୍ରାପ୍ତ ଜଷ୍ଟିସ ବି ଗୋକୁଲଦାସଙ୍କୁ ନେଇ ଏକକ କମିଶନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବେଆଇନ ମଦ କାରବାରକୁ ବନ୍ଦ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି। କିନ୍ତୁ ଏହି ମଦ ମୃତ୍ୟୁକୁ ନେଇ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏମ.କେ ଷ୍ଟାଲିନ ଅଯୋଗ୍ୟ ବୋଲି AIADMK ମୁଖ୍ୟ ଇ ପଲାନିସ୍ୱାମୀ କହିଛନ୍ତି। ସେପଟେ ତାମିଲନାଡୁର ଅତି କମରେ ଏକ ହଜାର ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ବିଜେପି ମୁଖ୍ୟ କେ ଅନନାମାଲାଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!