Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ହାତରୁ ଖସିଗଲେ ଗୋରୁ ମାଫିଆ, ମାଫିଆଙ୍କୁ କାବୁ କଲେ ସାଧାରଣ ଲୋକ

by ସଞ୍ଜୟ ସ୍ୱାଇଁ
March 23, 2025
in State
ପୋଲିସ ହାତରୁ ଖସିଗଲେ ଗୋରୁ ମାଫିଆ, ମାଫିଆଙ୍କୁ କାବୁ କଲେ ସାଧାରଣ ଲୋକ
75
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାତି ଅଧରେ ଅଭିନବ ଉପାୟରେ ହେଉଥିଲା ବେଆଇନ ଗୋରୁ ଚାଲାଣ। ଖବରପାଇ ସେମାନଙ୍କୁ ସାଧାରଣ ଲୋକ ଅଟକାଇଥିବା ବେଳେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଖସିଗଲେ ଗୋରୁ ମାଫିଆ। ଏଭଳି ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଗୋରୁ ମାଫିଆମାନେ ଆଠଗଡ଼ ମୁଣ୍ଡଳୀ ରାସ୍ତାରେ ବେଆଇନ ଗୋରୁ ଚାଲାଣ କରୁଥିଲେ । ଏନେଇ ଖବରପାଇ ରାଜନଗର ଗ୍ରାମବାସୀମାନେ ସେମାନଙ୍କୁ ଅଟକାଇଥିଲେ। ଏକ ଟାଟା ସୁମୋ ଗାଡ଼ି ନଂ ଓଆର -୨୧- ବି-୯୩୬୪ ରେ ଦୁଇ ଜଣ ଗୋରୁ ମାଫିଆ ଅତି ଦୟନୀୟ ଭାବରେ ଗୋରୁ ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ଗୋରୁମାନଙ୍କୁ ମୁକ୍ତ କରି ଦୁଇ ଜଣ ମାଫିଆଙ୍କୁ ଅଟକ ରଖି ଆଠଗଡ଼ ପୋଲିସ କୁ ଖବର ଦେଇଥିଲେ। ଖବରପାଇ ଆଠଗଡ଼ ପୋଲିସ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ବୋଲି ଅଭିଯୋଗ ହୋଇଛି। ଆଠଗଡ଼ ଥାନା ଅଧିକାରୀ ସୁମତି ମହାନ୍ତିଙ୍କ ସହିତ ଜଣେ କନଷ୍ଟେବଳ ହୋମଗାର୍ଡ ପହଞ୍ଚି ମାଫିଆଙ୍କୁ ଗାଡ଼ିରେ ବସାଇଥିଲେ। କିନ୍ତୁ ଆଠଗଡ଼ ପୋଲିସର ଅସାବଧାନତା କି ମାଫିଆଙ୍କ ସହିତ ସଲାସୁତୁରା ଯୋଗୁଁ ପୋଲିସ ହେପାଜତରୁ ମାଫିଆମାନେ ଖସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ କେବଳ ଉକ୍ତ ଟାଟା ସୁମୋଗାଡ଼ିକୁ ଜବତ କରି ଥିବା ବେଳେ ଏପର୍ଯ୍ୟନ୍ତ ମାଫିଆଙ୍କ ଟେର ପାଉନି ଆଠଗଡ଼ ପୋଲିସ୍ । ତେବେ ଗତ ବର୍ଷ ଡିସେମ୍ବର ମାସରେ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ନିଜେ ଆସି ସଦଳବଳେ ତିଗିରିଆ ଥାନା ଅନ୍ତର୍ଗତ ବାରମାଣ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ୭୦୦ ଗୋରୁ ଙ୍କୁ ଉଦ୍ଧାର କରି ଥିଲେ। ପୁନର୍ବାର ଉକ୍ତ ଜଙ୍ଗଲ ରେ ଚଢାଉ କରି ପାହାଡ ଭଳି ଗଦା ଯାଇଥିବା ଗୋରୁ ହାଡ ଏବଂ ଚମଡା ଜବତ କରିବା ପରେ ଆଠଗଡ଼ ଅଞ୍ଚଳରୁ ଗୋରୁ ଚାଲାଣ ବନ୍ଦ ହେବ ବୋଲି ସାଧାରଣରେ ଆଶା କରାଯାଉଥିଲା। କିନ୍ତୁ ମାଫିଆମାନେ ଅଭିନବ ଢ଼ଙ୍ଗରେ ଛୋଟ ଚାରି ଚକିଆ ସୌଖିନ ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ହେପାଜତରୁ ମାଫିଆମାନେ ଖସି ଯିବା ନେଇ। ଆଠଗଡ଼ ପୋଲିସ୍ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!