ନୟାଗଡ (ବାଘୁଆବା ର୍ା): ରାଜ୍ୟ ସରକାର ରାଜ୍ୟ ବାହାରେ ଥିବା ଫେରନ୍ତା ମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି । କିଛି ଅମାନିଆ କିଛି ନିତୀ ନିୟମ ମାନୁନାହାଁନ୍ତି , ଏପରି ଘଟଣା ଦେଖିବାକୁ ମିଳୁଛି । ଅନେକ ପ୍ରସାଶନିକ ଅଧିକାରୀ ତାଗିଦ୍ କଲାପରେ ଅସଲ କଥାକୁ କେହି ବୁଝୁନାହାଁନ୍ତି । କୌଣସି ଅଧିକାରୀ ବୁଝାଇଲାପରେ ବି ବୁଝୁନାହାଁନ୍ତି । ଏହିପରି ଘଟଣା ଘଟୁଛି ବିଭିନ୍ନ ସ୍ଥାନରେ । ପାଟିଚୁପ୍ , ବେଶି କଥା ବା ର୍ା କରୁଛ, ଚୁପ୍ ଚାପ୍ ଠିଆ ହୁଅ, ତୁ ତ ତୁ …. ତୋ ଚଉଦ ପୁରୁଷ ଭି ଠିଆହେବ , ମୁଁ ଜମା ଭଲ ଲୋକ ନୁହେଁ, ମୁଁ ଜଣେ ଓଏଏସ୍ ଅଫିସର, ତୋ ଭଳିଆ କୁଲି ଦାଦନ ମୁଁ ଖଟୁନି, ଓøକାତ ଭିତରେ ରହ- ଏହିଭଳି ଡାଇଲୋଗ୍ କୌଣସି ଯାତ୍ରା କିମ୍ବା ସିନେମାର ନୁହେଁ, ସାଧାରଣ ଲୋକଙ୍କ ଟିକସରେ ଦରମା ନେଉଥିବା ଜଣେ ଓଏଏସ୍ ଅଫିସରଙ୍କ ସାଧାରଣ ଲୋକଙ୍କୁ ଧମକ । ବାଲିଆପାଳ ବିଡିଓ ଛବିରାଣୀ ସାହୁ ଏବଂ ପ୍ରବାସୀ ଓଡିଆଙ୍କ ମଂଧ୍ୟରେ । ଏବେ ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇଛି । ସେପଟେ ଘଟଣା ସମ୍ପର୍କରେ ବିଡିଓଙ୍କ ସ୍ପଟିକରଣ ହେଲା, “ପ୍ରବାସୀ ଓଡିଆ ମାନେ ପ୍ରଥମେ ଖରାପ ବ୍ୟବହାର କରିଥିଲେ ଆଉ ସେତେବେଳେ କେହି ଭିଡିଓ ଉେ ।ଳନ କରିନାହାଁନ୍ତି, ଆଉ ଯେତେବେଳେ ପାଲଟା ଜବାବ୍ ରଖିଛନ୍ତି ସେତେବେଳେ କେହି ଭିଡିଓ କରି ଭାଇରାଲ କରିଦେଇଛନ୍ତି । ଅସଲ କଥା ହେଉଛି କାମ କରିବା ଲୋକଙ୍କୁ ସୁଯୋଗ ଦିଆଯାଉ ।






