
ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ପାଇଁ ଆଜି ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହେବାକୁ ଥିବା ସ୍ୱାଧିନତା ସଂଗ୍ରାମୀମାନେ ରାଷ୍ଟ୍ରପତି ଭବନ ଯାଇନଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିବା ପରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋରେ ପଂହଚି ସ୍ୱାଧିନତା ସଂଗ୍ରାମୀ ସହଦେବ ବେହେରାଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରିଛନ୍ତି ଏବଂ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ରଣପୁର ବ୍ଲକ ମଝିଆଖଣ୍ଡରେ ପଂହଚି ଇଶ୍ୱର ଚନ୍ଦ୍ର ବିଶୋଇଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






