Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରୁ ନାଗାଲାଣ୍ଡ : ନକଲି ଡିଏସପିଙ୍କ ୫ପତ୍ନୀ

by ସଞ୍ଜୟ ସ୍ୱାଇଁ
March 14, 2021
in Crime, State
ନୟାଗଡ଼ରୁ ନାଗାଲାଣ୍ଡ : ନକଲି ଡିଏସପିଙ୍କ ୫ପତ୍ନୀ
1.2k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଅନଲାଇନର ଅନେକ ମାଟ୍ରିମୋନିରେ ନିଜକୁ ଜଣେ ବରିଷ୍ଠ ପୁଲିସ ଅଫିସରର ପରିଚୟ ଦେଇଥିଲେ । ମାଟ୍ରିମୋନିରେ ଡିଏସପି ବୋଲି ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ଜଣେ ନକଲି ଡଏସପିକୁ ଲାଲବାଗ୍ ଥାନା ପୁଲିସ ଗିରଫ କରିଛି । ତେବେ ନକଲି ଡିଏସପି ଜଣକ ହେଲେ ନୟାଗଡ଼ ଜିଲ୍ଲା ପାମ୍ପଡା ଅଞ୍ଚଳର ବଳରାମ ପ୍ରହରାଜ । ନକଲି ଡିଏସପି ଜଣକ ୫ଯୁବତୀଙ୍କୁ ବିବାହ କରିସାରିଥିବା ବେଳେ ଷଷ୍ଠ ବିବାହ କରିବାକୁ ଯୋଜନା କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଛି । ଅଭିଯୁକ୍ତ ଜଣକ ଆଠଗଡ଼, ଅନୁଗୁଳ, ଖୋର୍ଦ୍ଧା, ନରସିଂହପୁର ଅଞ୍ଚଳରେ ପୁଲିସର ପରିଚୟ ଦେଇ ସ୍ଥାନ ବଦଳାଉଥିଲା ବେଳେ ନିଜକୁ ବିଭିନ୍ନ ସ୍ଥାନରେ ସେ ଅବିବାହିତ ବୋଲି କହିଆସୁଥିଲା । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ପାମ୍ପଡା ଅଞ୍ଚଳର ବଳରାମ ପ୍ରହରାଜ ବିବାହିତ ହୋଇଥିବା ବେଳେ ବିଭିନ୍ନ ମାଟ୍ରିମୋନିରେ ଅବିବାହିତ ଦର୍ଶାଇ ନିଜକୁ ଜଣେ ସିଆରପିଏଫ ଡିଏସପି ବୋଲି ପରିଚୟ ଦେଇଥିଲା । ଯାହାଫଳରେ ଯୁବତୀମାନେ ଆକୃଷ୍ଟ ହେଉଥିଲେ । ଏହାକୁ ଦେଖି ଅନୁଗୁଳ ଅଞ୍ଚଳର ଆଦିବାସୀ ଯୁବତୀ ତଥା ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଥିବା ଅନିମା କୁମାରୀ ପ୍ରଧାନ ଗତବର୍ଷ ନକଲି ଆଇଡିକୁ ଦେଖୀ ବଳରାମଙ୍କୁ ବିବାହ କରିବାକୁ ମନ ବଳେଇଥିଲେ । ଉକ୍ତ ଆଇଡିରେ ବଳରାମ ନିଜର ନାମ ପରିବର୍ତ୍ତନ କରି କୈଳାସ ଚନ୍ଦ୍ର ମିଶ୍ର ବୋଲି ଦର୍ଶାଇଥିଲା । ତେବେ ଅନିମା ଫୋନ କରି ବଳରାମଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏପରିକି ଦୁହେଁ ଏକ ମନ୍ଦିରରେ ମଧ୍ୟ ବିବାହ କରିଥିଲେ । ତେବେ ବଳରାମ କିଛିଦିନ ଅନିମାଙ୍କ ପାଖରେ ରହିବା ପରେ ବିଭିନ୍ନ ବାହାନା ଦେଖାଇଥିଲେ । ଚତୁରତାର ସହିତ ବଳରାମ ଅନିମାଙ୍କ ଠାରୁ ସୁନା ଅଳଙ୍କାର ଓ ଏଟିଏମ କାର୍ଡ ନେଇ ଚମ୍ଡଟ ମାରିଥିଲେ । ଅନିମା ବଳରାମଙ୍କୁ ଡାକିବାରୁ ବିଭିନ୍ନ ଆଳ ଦେଖାଇ ବାହାରେ ରହୁଥିଲେ । ତେବେ ଗାଡ଼ିର କାଗଜପତ୍ର ବଦଳାଇବା ପାଇଁ ଅନିମା କଟକ ଅସିଥିବା ବେଳେ ସେଠାରେ ବଳରାମଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ଅନିମା ବଳରାମକୁ କାବୁ କରି ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ପୁଲିସ ଆସିବା ପରେ ବଳରାମଙ୍କୁ ପୁଲିସ ଜିମା ଦେଇଥିଲେ ଅନିମା । ପୁଲିସ ଥାନାକୁ ନେଇ ତନାଘନା ଆରମ୍ଭ କରିବାରୁ ସବୁ ସତକଥା ଓଗାଳିଥିଲା ବଳରାମ । ତେବେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!