Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଙ୍କା ନଦେବାରୁ ଶାବଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ

by ସଞ୍ଜୟ ସ୍ୱାଇଁ
February 18, 2025
in Crime, State
ଟଙ୍କା ନଦେବାରୁ ଶାବଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ
101
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଜୁଆ ଖେଳ ବନାଇ ଦେଳା ହତ୍ୟାକାରୀ । ଆଉ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ । ଏମିତି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଗୋପବନ୍ଧୁ ନଗର ପଞ୍ଚାୟତର ସାସମଲଘେରି ଗାଁରେ ଘଟିଛି । ଜୁଆ ଖେଳ ପାଇଁ ଟଙ୍କା ନ ପାଇବାରୁ ବାପାଙ୍କୁ ଶାବଳରେ ପିଟି ହତ୍ୟା କରିଛି ପୁଅ । ମୃତକ ହେଲେ ଦୁଃଖିରାମ ମଣ୍ଡଳ । ଅଭିଯୋଗ ଅନୁସାରେ, ଦୁଃଖିରାମଙ୍କ ଚାରି ପୁଅ । ତୃତୀୟ ପୁଅ ବାଇଧର ମଣ୍ଡଳକୁ ପାଠ ପଢ଼ାଇ ଶିକ୍ଷିତ କରାଇଥିଲେ ଦୁଃଖିରାମ । ହେଲେ ବାଇଧର ଜୁଆ ଖେଳ ନଶାରେ ପଡ଼ିଯାଇଥିଲେ । ବାଇଧର ମାଆଙ୍କୁ ଟଙ୍କା ମାଗିଥିଲା । ହେଲେ ମାଆ ଟଙ୍କା ଦେଇ ନଥିଲେ । ଯାହାକୁ ନେଇ ସେ ମାଆଙ୍କୁ ମାଡ଼ ମାରିଥିଲେ । ଅନ୍ୟ ଭାଇମାନେ ଏହାର ପ୍ରତିବାଦ କରିବା ସହ ବାଇଧରଙ୍କୁ ବାନ୍ଧି ମାଡ଼ ଦେଇଥିଲେ । ଏହାକୁ ନେଇ ଗତକାଲି ଗାଁରେ ମୁରବୀଙ୍କୁ ନେଇ ଆଲୋଚନା ହୋଇଥିଲା । ଆଜି ଏହି କଥା ବାପା ଦୁଃଖିରାମ ପଚାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାଇଧର ତାଙ୍କୁ ଶାବଳରେ ଆକ୍ରମଣ କରିଥିଲେ । ଦୁଃଖିରାମଙ୍କୁ ସଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନାୟକାଣିଡ଼ିହି ପୋଲିସ ଘଟଣାସ୍ଥଳର ପହଞ୍ଚି ଦୁଃଖିରାମଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଏହାସହ ବାଇଧରଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!