ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କଳିଯୁଗର ବାପା ପ୍ରେମିକା ସୁଆଗ ପାଇଁ ନିଜ ଜନ୍ମକଲା ପୁଅକୁ ବି ଭୁଲିଗଲା । ସ୍ତ୍ରୀକୁ ଛାଡପତ୍ର ଦେବା ପରେ ପୁଅକୁ ନିଜ ପାଖରେ ରଖିଥିଲା । କିନ୍ତୁ ମା’ ବିନା ପୁଅକୁ ସମ୍ଭାଳିବା ତା ପାଇଁ କାଠିକର ପାଠ ଥିଲା । ତେଣୁ ସେ ନେଇଥିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବ୍ୟକ୍ତିର ନାଁ ଶି । ସେ ନିଜର ସ୍ତ୍ରୀ ସହ ସବୁବେଳେ ଝଗଡା କରୁଥିଲା । ଏମିତି ଚାଲୁଥିବା ବେଳେ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଥିଲା ଶି । ଛାଡପତ୍ର ପରେ ମା’ ପାଖରେ ଝିଅ ଏବଂ ପୁଅର ଦାୟୀତ୍ୱ ବାପା ନେଇଥିଲା । ଅନ୍ୟ ସହରରେ କାମ କରୁଥିବା ଶି ନିଜ ପୁଅକୁ ଭାଇ ପାଖରେ ଛାଡି ଚାଲିଯାଇଥିଲା । ଗତ ମାସରେ ସେ ନିଜ ଭାଇ ରହୁଥିବା ସହରକୁ ଆସିଥିଲା । ପୁଅକୁ ତା ମା’ ଦେଖିବ ବୋଲି କହି ଶି ନିଜ ସହ ପୁଅକୁ ନେଇଯାଇଥିଲା । କିନ୍ତୁ ପ୍ରକୃତରେ ଶି ନିଜର ପୁଅକୁ ଚାଂଗସୁ ସହରରେ ଥିବା ଜଣେ ଦମ୍ପତ୍ତିକୁ ବିକ୍ରି କରିଦେଇଥିଲା । ଶି ନିଜ ପୁଅକୁ ସାଢ଼େ ୨୪ ହଜାର ଡଲାର୍ସ ଅର୍ଥାତ ପ୍ରାୟ ୧୭ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା । ପୁଅକୁ ବିକ୍ରି କରିବା ପରେ ଶି ନିଜ ପ୍ରେମିକା ସହ ବିଦେଶ ଭ୍ରମଣରେ ଯାଇଥିବା ପୋଲିସ ପକ୍ଷରୁ ସୂଚନା ମଳିଛି । ପିଲାଟି ଦୀର୍ଘ ଦିନ ଧରି ଘରକୁ ନଫେରିବାରୁ ଶିର ଭାଇ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ସମସ୍ତ ମାମଲା ସାମ୍ନାକୁ ଆସିଛି । ପୋଲିସ ଶିକୁ ଗିରଫ କରିଛି । ଏହା ପୂର୍ବରୁ ଅଭିଯୁକ୍ତ ଶି ନିଜର ଦୁଇ ଝିଅଙ୍କୁ ଅନ୍ୟ କାହାକୁ ବିକ୍ରି କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏବେ ଏହି ମାମଲାରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।






