ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ଗାଧୁଉଥିବା ବେଳେ ଭାସିଗଲେ ତିନି ଜଣ । ଦଳେଇ ପଡ଼ା ଘାଟରେ ଏହି ଅଘଟଣ ଘଟିଛି । ଗାଧଉଥିବା ବେଳେ ବାପା ପୁଅ ଝିଅ ଭାସିଯାଇଛନ୍ତି । ପ୍ରଥମେ ସ୍ଥାନୀୟ ମତ୍ସଜୀବୀମାନେ ଖୋଜା ଖୋଜି କରିଥିବା ବେଳେ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଜାରି ରଖଛନ୍ତି । ମହାନଦୀରେ ଏବେ ପ୍ରବଳ ସୁଅ ଥିବାରୁ ସେମାନେ ସୁଅରେ ଭାସିଯାଇଥିଲେ । ସମ୍ବଲପୁରର ଏକ ହୋଟେଲ୍ରେ ସେ ଅଲତାବ୍ କାମ କରୁଥିଲେ । ସମ୍ବଲପୁର ପେସନ ପଡାର ବାସିନ୍ଦା ବୋଲି ଜଣା ପଡିଛି । ପୁଅର ନାଁ ଅଫତାବ ଏବଂ ଝିଅର ନାଁ ରୁକସାନା ବୋଲି ଜଣା ପଡିଛି । ବାପ ଓ ପୁଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଭୟ ମୃତ ହୋଇଥିବା ସୂଚନା ମିଳିଛି ।






