Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରଗଡ଼ରେ ପୁଣି ଲଜ୍ଜ୍ୟା, ଝିଅକୁ ଦୁଷ୍କର୍ମ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
January 25, 2025
in Crime, State
ବରଗଡ଼ରେ ପୁଣି ଲଜ୍ଜ୍ୟା, ଝିଅକୁ ଦୁଷ୍କର୍ମ ଅଭିଯୋଗ
140
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ କନ୍ୟା ସନ୍ତାନ ଦିବସ, ବେଟି ପଢ଼ାଓ ବେଟି ବଚାଓ ଦିବସ ପାଳନ କରୁଥିବା ବେଳେ ଗୋଟେ ପରେ ଗୋଟେ ହୋଇ ଘଟିଚାଲିଥିବା ଅଘଟଣ ପାଇଁ ଜିଲ୍ଲାକୁ ଲଜ୍ଜିତ ହେବାକୁ ପଡ଼ୁଛି । ୧୪ ଦିନ ତଳର ଯୁବତୀ ନିଖୋଜ ଓ ରକ୍ତାକ୍ତ ଭାବେ ଉଦ୍ଧାର ଘଟଣା ଏବଂ ୪ ଦିନ ତଳର ଝରାପାଲି ନାବାଳିକା ନିଖୋଜ ଘଟଣା ମାନସ ପଟଳରୁ ନଲିଭୁଣୁ ଜଣେ ପିତା ନିଜ ଜନ୍ମକଲା ଝିଅକୁ ପାଶବିକ ଅତ୍ୟାଚାର କରିବା ଭଳି ଅତିଶୟ ଲଜ୍ଜାଜନକ ଓ ଅଭାବନୀୟ ଘଟଣା ସଂସ୍କୃତି ସମ୍ପନ୍ନ, ଐତିହ୍ୟ ସମ୍ପନ୍ନ ବରଗଡ଼ ଜିଲ୍ଲାର ମଥାନତ କରିଦେଇଛି । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁଲୁଣ୍ଡା ପଂଚାୟତରେ ଘଟଣାଟି ଘଟିଯାଇଛି । ୩୬ ବର୍ଷିୟ ବାପା ନିଜ ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ନିନ୍ଦନୀୟ ଘଟଣା ସଭ୍ୟ ମାନବ ସମାଜର ସମସ୍ତ ସୀମା ଉଲ୍ଲଂଘନ କରିଯାଇଛି। ପ୍ରାପ୍ତ ସୂଚନା ମତେ, କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଥିପାଇଁ କିଛିଦିନ ହେଲା ସ୍ତ୍ରୀ ସମ୍ବଲପୁରରେ ନିଜ ମା’ ଘରେ ଆଶ୍ରୟ ନେଇଆସୁଛନ୍ତି । ଏପଟେ ଅତାବିରା ଘରେ ୧୨ ବର୍ଷିୟା ଝିଅ ଓ ୧୦ ବର୍ଷର ପୁଅକୁ ନେଇ ସ୍ୱାମୀ ରହୁଥିଲେ । ସ୍ତ୍ରୀ ମଝିରେ ମଝିରେ ଅତାବିରା ଆସି ଝିଅ ପୁଅ ପାଖକୁ ଯାଇ ଦେଖାଦେଖି କରି ଫେରିଆସୁଥିଲେ ମଧ୍ୟ ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରୁନଥିଲେ । ପତ୍ନୀ ନଥିବାର ସୁଯୋଗ ନେଇ ଗତ ବୁଧବାର ରାତିରେ ବାପ ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗୁରୁବାର ସକାଳେ ଝିଅ ନିଜ ମା’କୁ ଫୋନରେ ସବୁ କଥା କହିବା ପରେ ସ୍ତ୍ରୀ ଗାଁକୁ ଆସି ଝିଅ ସହିତ ଟିଖିନିଖି ଆଲୋଚନା କରିବା ପରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅତାବିରା ପୁଲିସ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡ଼ାକ୍ତରିମାଇନା କରାଇଥିବା ଜଣାପଡ଼ିଛି ା ବାପ-ଝିଅ ଭଳି ପବିତ୍ର ସଂପର୍କରେ କଳା ଦାଗ ଆଙ୍କି ଦେଇଥିବା ପିତାର କୁକର୍ମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଖେଳିଯାଇଛି । ଏଭଳି ପିତାଙ୍କୁ ଫାଶୀ ଦିଆଯାଉ ବୋଲି ସଚେତନ ମହଲର ଦାବି ଏବେ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!