Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକଡାଉନ ସମୟରେ ପୁଅର ଔଷଧ ପାଇଁ ବାପା ସାଇକେଲରେ ଗଲେ ୩୦୦ କିଲୋମିଟର

by ସଞ୍ଜୟ ସ୍ୱାଇଁ
June 1, 2021
in Health, NATIONAL NEWS
ଲକଡାଉନ ସମୟରେ ପୁଅର ଔଷଧ ପାଇଁ ବାପା ସାଇକେଲରେ ଗଲେ ୩୦୦ କିଲୋମିଟର
194
VIEWS
Share on FacebookShare on Twitter

ବେଙ୍ଗାଲୁରୁ (ବାଘୁଆବାର୍ତ୍ତା): ଜଣେ ବାପା ତା ପିଲାର ମଙ୍ଗଳ ପାଇଁ କ’ଣ ନକରିପାରେ । ନିଜ ପୁତ୍ରର ସୁସ୍ଥତା ଲାଗି ବାପା ୩ ଦିନରେ ୩୦୦ କିଲୋମିଟର ସାଇକେଲ ଚଲାଇ ଔଷଧ ଆଣିଥିଲେ । ପିଲାମାନଙ୍କୁ ପିତା-ମାତା ସର୍ବଦା ନିଃସ୍ବାର୍ଥପର ଭାବେ ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆଶିର୍ବାଦ ଦେଇଥାନ୍ତି । ଯେତେବେଳେ କୌଣସି ଜିନିଷର ଆବଶ୍ୟକତା ପଡେ କଷ୍ଟ ହେଲେବି ମା-ବାପା ତାହାକୁ ପୂରଣ କରନ୍ତି । ତେଣୁ ନିଜର ପିଲାମାନଙ୍କ ପ୍ରତି ଭଲ ପାଇବାର ଗଭୀରତା ମାପିବା ହୁଏତ କଷ୍ଟସାଧ୍ୟ ହୋଇପଡିବ । ପୁଅ ପାଇଁ ବାପାର କର୍ତ୍ତବ୍ୟର ଆଉ ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଆଉ ମାତ୍ର ଦିନ କେଇଟା ପରେ ରୋଗ ଶଯ୍ୟାରେ ପଡିଥିବା ପୁଅର ଔଷଧ ଶେଷ ହୋଇଯିବ । ଆଖପାଖ ବଜାରରେ ଯେତେ ଖୋଜିଲେ ମଧ୍ୟ ମେଡିସିନ୍‌ ମିଳିଲା ନାହିଁ । ଯେତେ ଯାହାକୁ ଅନୁରୋଧ କରିବା ପରେ ମଧ୍ୟ କେହି ଶୁଣିଲେନି । ଆଉ ଡେରି ନକରି ଶେଷରେ ବାଧ୍ୟ ହୋଇ ନିଜେ ବାହାରିପଡିଲେ ମେଡିସିନ ପାଇଁ । ମଇଶୂର କୋପ୍ପାଲୁ ଗାଁର ୪୫ ବର୍ଷୀୟ ଆନନ୍ଦ ପୁଅର ମେଡିସିନ୍‌ ଆଣିବା ପାଇଁ ସାଇକେଲରେ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରି ବେଙ୍ଗାଲୁରୁରେ ପହଞ୍ଚିଥିଲେ । ସେଠାରୁ ଏକ ମେଡିସିନ ଦୋକାନରୁ ଔଷଧ ଆଣି ପୁଣି ଫେରିଥିଲେ ନିଜ ଗା କୋପ୍ପାଲୁକୁ । ସୁଦୂର ବେଙ୍ଗାଲୁରୁ ଯାଇ ପୁଅ ପାଇଁ ଔଷଧ ଆଣିବା ପାଇଁ ଆନନ୍ଦଙ୍କୁ ୩ ଦିନ ସମୟ ଲାଗିଥିଲା । ପୁଅର ଚିକିତ୍ସାକୁ ନେଇ ଆନନ୍ଦ କହିଛନ୍ତି ‘ ମାତ୍ର ୬ ମାସର ହୋଇଥିବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲା ପୁଅ । ଡାକ୍ତର କହିଥିଲେ ୧୮ ବର୍ଷ ହେବା ଯାଏଁ ପ୍ରତିଦିନ ଔଷଧ ଖାଇବାକୁ ପଡିବ । ଏପରି ହେଲେ ପୁଅ ଠିକ୍‌ ହୋଇଯିବ । ଲକଡାଉନ୍‌ ଥିବାରୁ ଗାଡିମଟର ବନ୍ଦ ରହିଛି । ଘର ପାଖରେ ଯେଉଁ ଔଷଧ ଦୋକାନ ରହିଛି ସେଠାରେ ଉକ୍ତ ମେଡିସିନ ଉପଲବ୍ଧ ନଥିଲା । କେତେ କାହାକୁ ଗୁହାରି କରିଥିଲେ ମଧ୍ୟ କେହି ଶୁଶିନଥିଲେ । ଅନ୍ୟପଟେ ପୁଅ ମେଡିସିନ ନଖାଇଲେ ଗୋଟିଏ ଦିନ ମଧ୍ୟ ରହିପାରିବ ନାହିଁ । ବୁଧବାର ସୁଦ୍ଧା ମେଡିସିନ ଶେଷ ହେବାକୁ ଥିବବେଳେ ଡେରି ନକରି ରବିବାର ଦିନ ସାଇକେଲ ନେଇ ବାହାରିଥିଲି ବେଙ୍ଗାଲୁରୁ । ରାତି ହୋଇଯିବାରୁ ଏକ ମନ୍ଦିରରେ ଶୋଇଥିଲି। ପରଦିନ ଅର୍ଥାତ ସୋମବାର ଡାକ୍ତରଖାନାରେ ପହଞ୍ଚି ମେଡିସିନ ଆଣିଥିଲି ଏବଂ ସେହିଦିନ ହିଁ ଫେରିଥିଲି । ମଙ୍ଗଳବାର ଘରେ ପହଞ୍ଚିବା ପରେ ଆଶ୍ବସ୍ଥି ଲାଗିଥିଲା ।’ ସତରେ ପିଲାମାନଙ୍କ ପାଇଁ ପିତାମାନଙ୍କ ଭଲପାଇବା ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଏପରି ପିତାଙ୍କୁ ଶତ ସହସ୍ର ସଲାମ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!