Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାମ ନବମୀ ପାଇଁ ଉତ୍ସବ ମୁଖର ଫତେଗଡ଼ ରାମ ମନ୍ଦିର

by ସଞ୍ଜୟ ସ୍ୱାଇଁ
April 5, 2025
in Nayagarh, State
ରାମ ନବମୀ ପାଇଁ ଉତ୍ସବ ମୁଖର ଫତେଗଡ଼ ରାମ ମନ୍ଦିର
81
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପାହାଡ଼ର ଶିଖରରେ ମନଲୋଭା ସୌନ୍ଦର୍ଯ୍ୟ । ଶାନ୍ତ ପରିବେଶ ମଧ୍ୟରେ ଦୁଇଟି ପାହାଡ଼କୁ କାଟି ୧୬ ଶହ ଫୁଟ ପାହାଡ଼ ଉପରେ ୩୬ ଏକର ଜାଗାରେ ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର । ଯାହାର କାରୁ କାର୍ଯ୍ୟ ଦେଖିଲେ ଆଖି ଝଲସି ଉଠିବ । ଏହି ଭବ୍ୟ ରାମ ମନ୍ଦିରକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆସୁଛନ୍ତି ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ । ଆଉ ରାମ ନବମୀ ପାଇଁ ଏବେ ଚାଲିଛି ମହୋତ୍ସବ । ଯାହାକୁ ଦେଖିବାକୁ ଲାଗୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀରାମ ନବମୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଫତେଗଡ଼ ରାମ ମନ୍ଦିର । ପୂରା ସଜେଇ ହୋଇଛି ଫତେଗଡ଼ ଗାଁ । ଆଉ ଭଳିକି ଭଳି ଫୁଲରେ ସଜେଇ ହୋଇଛି ମନ୍ଦିର । ରାମ ଲାଲାଙ୍କ ଦର୍ଶନ ପାଇଁ ଦିନ ରାତି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଇଥାଏ । ଏହି ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁମାନେ ରାମନବମୀ ରୂପେ ପାଳନ କରିଥାନ୍ତି । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚୈତ୍ର ମାସ ଶୁକ୍ଳପକ୍ଷର ନବମୀ ତିଥିରୁ ରାମନବମୀ ପାଳିତ ହୋଇଥାଏ । ଏନେଇ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ରାମ ମନ୍ଦିରରେ ଶ୍ରୀରାମ ନବମୀ ପାଇଁ ମାର୍ଚ୍ଚ ୨୯ ତାରିଖରୁ ଉତ୍ସବ ପାଳିତ ହେଉଛି । ଏପ୍ରିଲ ୬ ତାରିଖରେ ଉତ୍ସବର ପୂର୍ଣ୍ଣାହୂତି ହେବ । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ଚୈତ୍ର ନବମୀରେ ଶ୍ରୀରାମଙ୍କ ଜନ୍ମ ଦିବସ ଅବସରରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଥାଏ । ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ଫତେଗଡ ରାମ ମନ୍ଦିରରେ ରାମ ନାମ ଧ୍ଵନୀରେ କମ୍ପୁଛି ପରିବେଶ । ପବିତ୍ର ରାମ ନବମୀ ଉପଲକ୍ଷେ ମନ୍ଦିରରେ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ଅନୁଷ୍ଠିତ ହେଉଛି । ରାମ ଚରିତ ମାନସ ପାଠ ଶୁଣିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୨ ଶହରୁ ଅଧିକ ମନ୍ଦିର କମିଟି ସଦସ୍ୟ ଦାୟିତ୍ଵରେ ରହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!