ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାଜଜ୍ ଲିଲି ସେନାପତି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି । ୨୦୧୮ ମସିହାରେ ଫତେଗଡ଼ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଘରେ ଏକା ଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ସ୍ଥାନୀୟ ଲକ୍ଷ୍ମୀପ୍ରସାଦ ଗାଁର କୀର୍ତ୍ତନ ବେହେରା ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତର ବାପା ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ । ଫତେଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଡାକ୍ତରୀ ରିପୋର୍ଟ ଓ ୧୪ ଜଣ ସାକ୍ଷୀ ଓ ପୀଡିତାର ବୟାନ ରେକର୍ଡ ବଳରେ ଗତକାଲି ନୟାଗଡ ଅତିରିକ୍ତ ଜ଼ିଲ୍ଲା ଜଜ ଅଭିଯୁକ୍ତ କୀର୍ତ୍ତନକୁ ୧୦ ବର୍ଷ କାରାଦଣ୍ଡ ସହ ୫ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଆଇନଜୀବି ଅମୀୟ ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ।





