ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଫତେଗଡ଼ ଥାନା ପୁଲିସକୁ ମଳିଛି ସଫଳତା । କୁଞ୍ଜବନପ୍ରସାଦ ଛକ ନିକଟରୁ ୭୦ ଲିଟର ଦେଶୀମଦ ଜବତ ସହ ଦୁଇଜଣ ଯୁବକଙ୍କୁ ବାନ୍ଧିଛି ପୁଲିସ । ଏଥି ସହ ଗୋଟିଏ ବାଇକକୁ ପୁଲିସ ଜବତ କରିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫତେଗଡ ପୁଲିସ ପକ୍ଷରୁ ବଡସହରା ପଞ୍ଚାୟତ ବାଲିଆପଟା ଗ୍ରାମର ସନ୍ତୋଷ ନାୟକ ଓ କଟକ ଜିଲ୍ଲା ବୈଦ୍ୟଶ୍ୱର ଥାନା ବାଣୀଆ ଗ୍ରାମର ଜ୍ଞାନେନ୍ଦ୍ର ପାହଡସିଂ ଏକ ପଲସର ବାଇକ୍ ଗାଡ଼ିରେ ୭୦ ଲିଟର ମଦ ବିକ୍ରି କରିବା ପାଇଁ କୁଞ୍ଜବନପ୍ରସାଦ ଛକରେ ଛିଡା ହୋଇଥିଲେ। ଫତେଗଡ ଥାନାଧିକାରୀ ସୁଜିତ କୁମାର ଦାଶଙ୍କ ନିର୍ଦ୍ଦେଶରେ ସେକେଣ୍ଡ ଅଫିସର ଶ୍ରଦ୍ଧା ନାୟକଙ୍କ ନେତୃତ୍ବରେ ଏଏସଆଇ ବି.ଜି.ମଲ୍ଲିକ ପୋଲିସ ଟିମ୍ ସହିତ ଚଢ଼ାଉ କରିଥିଲେ। ଥାନା ପକ୍ଷରୁ କେସ ନପ୍ସ ୧୮୫/୨୩ ମାମଲ ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି ।





