ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ନିର୍ଦ୍ଦେଶନାମା ଅନୁସାରେ ଫେବୃୟାରୀ ୧୫ ତାରିଖ ମଧ୍ୟରାତ୍ରୀରୁ ଲାଗୁହେବ ଫାସଟ୍ୟାଗ୍ । ଚଳିତବର୍ଷ ଆରମ୍ଭରୁ ଚାରି ଚକିଆ ଓ ଭାରିଯାନ ଗୁଡ଼ିକ ପାଇଁ ଫାସଟ୍ୟାଗ୍ ନିୟମ ଲାଗୁହେବା ଯୋଜନା କରିଥିଲେ କେନ୍ଦ୍ର ସରକାର । ପରେ ଏହାକୁ ଦେଢ଼ମାସ ବଢ଼ାଇ ଦିଆଯାଇଥିଲା । ଯାହାଫଳରେ ଆସନ୍ତା କାଲି ମଧ୍ୟରାତ୍ରୀରୁ ଲାଗୁ ହେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଦଣ୍ଡ ଗଣିବାକୁ ପଡିବନି କି ଟୋଲ ଗେଟ୍ ଗୁଡିକରେ ଲମ୍ବାଲାଇନ୍ ରହିବାକୁ ପଡିବନି । ଯଦି ଫାସଟ୍ୟାଗ୍ ନଥିବ ତେବେ ଦୁଇଗୁଣା ଟୋଲ ଫି ଦେବାକୁ ପଡିବ ବୋଲି ସୂଚନା ମିଳିଛି ।





