ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ରାଷ୍ଟ୍ରିୟ କୃଷି ବିଭାଗ ଯୋଜନା ଅନୁଦାନରେ କୃଷକ ପରାମର୍ଶ କେନ୍ଦ୍ର ମାନ ଖୋଲିଛି । ଏବେ ଏହି କୃଷକ ପରାମର୍ଶ କେନ୍ଦ୍ର ଭୁତକୋଠି ପାଲଟିଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପତ୍ତିପୁର କୃଷକ ପରାମର୍ଶ କେନ୍ଦ୍ର ଏବେ ଭୁତ କୋଠି ହୋଇଯାଇଛି । ଚାରିଆଡେ ଅନାବନା ଗଛ ଘରକୁ ମାଡି ବସିଛନ୍ତି । ନିର୍ମାଣଧିନ ଠାରୁ ଏହି ଘର ଜମା ଖୋଲା ହୋଇନଥିବା ପରି ଜଣା ପଡୁଛି । ରାଜ୍ୟ ସରକାର କୃଷକ ମାନଙ୍କ ବିକାଶ ନିମନ୍ତେ କୃଷକ ପରାମର୍ଶ କେନ୍ଦ୍ର ନିର୍ମାଣ କରିଥିଲେହେଁ ଏ ଘର ଗୁଡିକ ଭୁତ କୋଠି ପାଲଟି ଯାଇଛି । କୌଣସି ସରକାରୀ ଅଧିକାରୀଙ୍କର ଉକ୍ତ କୃଷକ ପରାମର୍ଶ କେନ୍ଦ୍ରରେ ପାଦ ପଡିନଥିବା ପରି ଜଣା ପଡୁଛି । ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହୋଇଛି ।





