Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର ସରକାରଙ୍କ ଜନ ବିରୋଧି ବଜେଟକୁ ଶ୍ରମିକ କୃଷକ ସଙ୍ଗଠନ ର ବିରୋଧ ଓ ପ୍ରତିବାଦ

by ସଞ୍ଜୟ ସ୍ୱାଇଁ
February 5, 2025
in Nayagarh, State
113
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମୋଦୀ ସରକାରଙ୍କ ଜନ ବିରୋଧି କେନ୍ଦ୍ର ବଜେଟ ୨୦୨୫ -୨୬ ର ପ୍ରତିପାଦରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ର ମିଳିତ ମଞ୍ଚ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଆଜି ଦେଶ ତମାମ ପ୍ରତିବାଦ ପରିପ୍ରେକ୍ଷୀ ରେ ସିଆଇଟିୟୁ ଓ କୃଷକ ସଭା ତରଫରୁ ଏକ ଶୋଭାଯାତ୍ରା ନୟାଗଡ଼ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ବାହାରି ବଜାର ପରିକ୍ରମା ପରେ ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ କରାଯାଇଥିଲା। ବିଶ୍ଵନାଥ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବିଜେପି ନେତୃତାଧୀନ ଏନ ଡି ଏ ତୃତୀୟ ପାଳିର ମୋଦୀ ସରକାର ଗତ ଫେବ୍ରୁୟାରୀ ୧ ତାରିଖ ରେ ଉପସ୍ଥାପନ କରିଥିବା ଶ୍ରମିକ ଓ କୃଷକ ସ୍ଵାର୍ଥ ବିରୋଧୀ ୨୦୨୫ -୨୬ କେନ୍ଦ୍ରୀୟ ବଜେଟ କୁ ଦୃଢ଼ ବିରୋଧ ସହ ନିନ୍ଦା କରିଥିଲେ। ମୋଦୀ ସରକାର ଉଦାର ଅର୍ଥ ନିତିକୁ ଆଦାନୀ ଆମ୍ବାନୀ ଭଳି ବୃହତ ପୁଞ୍ଜିପତି ଙ୍କ ପାଇଁ କ୍ଷିପ୍ର ଗତିରେ ଅଧିକ ଲାଭ ଦେଉ ଥିଲା ବେଳେ ଗରୀବ, ଚାଷୀ,ଖାଉଟି , ଶ୍ରମିକ, ଯୁବକ , ଛାତ୍ର ଓ ମହିଳା ସ୍ଵାର୍ଥ ବିରୋଧୀ ବୋଲି ଆନ୍ଦୋଳନ ତରଫରୁ ଅଭିଯୋଗ କରାଯାଇଥିଲା। ସରକାର ଚାଷୀଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ, ଠିକା ଶ୍ରମିକ ଙ୍କୁ ସ୍ଥାୟୀ କରଣ ଓ ସର୍ବନିମ୍ନ ଦରମା,ଯୁବକ ଙ୍କୁ ନିଯୁକ୍ତି ଓ ଆକାଶ ଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ ଭଳି ମୌଳିକ ଦାବୀ ଗୁଡିକୁ କାର୍ଯ୍ୟକାରୀ ନ କରି ମୋଦୀ ସରକାରର ସାମ୍ପ୍ରଦାୟିକ ବିଦ୍ୱେଷ,ଭାଇଚାରା ବିଚ୍ଛିନ୍ନ ପାଇଁ ଏକ ଦେଶ ଏକ ନିର୍ବାଚନ ଓ ମସଜିଦ ତଳେ ମନ୍ଦିର ଥିବା ଭଳି ଅଯଥା ବାଦାନୁବାଦ କଥା କହି ସମାଜ ରେ ବିବାଦ ସୃଷ୍ଟି କରୁଛନ୍ତି।ମୋଦୀ ସରକାର ଏ ବଜେଟରେ କର୍ପୋରେଟ ସପକ୍ଷରେ ଅଧିକ ଅର୍ଥ ବରାଦ କରି ଗରୀବ ଓ ମଧ୍ଯବିତ୍ତ ଙ୍କୁ ନୀରାସା କରିଥିବାରୁ ସଙ୍ଗଠନ ତରଫରୁ ଏହାକୁ ପ୍ରତ୍ଯାଖାନ କରିବା ସହ ସର୍ବସାଧାରଣ ରେ ଆନ୍ଦୋଳନ କାରୀ ମାନେ ବଜେଟ କୁ ପୋଡା ଜଳା କରିଥିଲେ। ଏହି ପ୍ରତିବାଦ ସଭାରେ ସାଥୀ ବିଶ୍ବନାଥ ମହାପାତ୍ର, ଚାଷୀ ନେତା ହରିଶ୍ଚନ୍ଦ୍ର ମିଶ୍ର,ଶ୍ରମିକ ନେତା ସୁରେଶ ସ୍ଵାଇଁ, କ୍ଷେତ ମୁଲିଆ ନେତା ନିତ୍ୟାନନ୍ଦ ପରିଡା,ସରୋଜ ନାୟକ,ଚାପ ଧାରୀ ରାଉତ , ପବିତ୍ର ଇନ୍ଦ୍ରଜିତ ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା ଓ ରଂଜୁଲତା ମହାପାତ୍ର ପ୍ରମ୍ମୁଖ ବକ୍ତବ୍ଯ ଦେଇ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!