ଚାଷୀଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳ ବଡ଼ପୁଟ ନାଳରେ ଶୁକ୍ରବାର ପଶୁପତି ଫିଡସ୍ କୁକୁଡ଼ା ଚିଆଁ ଫୋପଡ଼ାକୁ ଯାଇ ନେଇ ରାତି ଅଧିରେ ପୁଲିସ ଓ ଚାଷୀ ମୁହାଁମୁହଁ ହୋଇଛନ୍ତି । ଚାଷୀଙ୍କ ଉପରେ ଲାଠିଚାର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଏକ ଟ୍ରକରେ ପଶୁପତି ଫିଡସ୍ କମ୍ପାନୀ ଚିଆଁ ବୋଝେଇ କରି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ନୟାଗଡ଼ ସୀମାନ୍ତ ବଡ଼ପୁଟ ବ୍ରିଜଠାରେ ଚାଷୀମାନେ ବିରୋଧ କରିଥିଲେ । ସେଠାରେ କୈାଣସି ପ୍ରକାର ପରିସ୍ଥିତି ସୃଷ୍ଟି ହୋଇ ଚିଆଁ ସବୁ ନାଳରେ ଫିଙ୍ଗା ଯାଇଥିଲା । ପଶୁପତି ଫିଡସ୍ କମ୍ପାନୀ କର୍ତ୍ତୁପକ୍ଷ ଇଟାମାଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ କିଛି ଲୋକଙ୍କୁ ଉଠାଇ ଆଣି ଥାନାରେ ରଖିଥିଲା । ପୁଲିସ ଅଟକ ରଖଥିବା ବ୍ୟକ୍ତିଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ସଭାପତି ମନୋରଞ୍ଜନ ରାଉତ ମଧ୍ୟ ରହିଥିଲେ ।

ଯାହାକୁ ନେଇ ଗତକାଲି ସଂନ୍ଧ୍ୟାରେ ପରିସ୍ଥିତି ସରଗରମ ହୋଇ ବିଳମ୍ବିତ ରାତିରେ ଜିଲ୍ଲାର ଶହ ଶହ ଚାଷୀ ଇଟାମାଟି ଥାନାରେ ପହଞ୍ଚି ହୋହାଲ୍ଲା କରିଥିଲେ । ଏହାକୁ ନେଇ ଥାନା ଘେରାଉ କରି ରାସ୍ତାରେ ବସି ରହିଥିଲେ । ରାତିର ସୁଯୋଗ ନେଇ ପୁଲିସ ଚାଷୀଙ୍କୁ ଲାଠି ଚାର୍ଚ୍ଚ କରିବା ସହ ଆହୁରି କେତେକ ବ୍ୟକ୍ତିଙ୍କୁ ଉଠାଇ ଅଭିଯୋଗ ହୋଇଛି । ଶନିବାର କୁକୁଡ଼ା ଫାର୍ମ ମାଲିକ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କୁ ଲାଠିଚାର୍ଚ୍ଚ କରାଯିବା ଏବଂ ବିନା କାରଣରେ ସଭାପତିଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । କୁକୁଡ଼ା ଫାର୍ମ ମାଲିକ ସଂଘ ସମ୍ପାଦକ ସନ୍ତୋଷ ସାହୁ, ସଦସ୍ୟ କୃପାସିନ୍ଧୁ ସୁବୁଦ୍ଧି, ପ୍ରଭାତ କୁମାର ମହାନ୍ତି, କାଳନ୍ଦୀ ଚରଣ ବେହେରା, ନୀଳକଣ୍ଠ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ଅଭିଯୋଗ ବାଢ଼ିଥିବା ବେଳେ ପୁଲିସ ୧୦ରୁ ଉଦ୍ଧ୍ୱର୍ ଚାଷୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଗିରଫ ସମ୍ପର୍କରେ ପୁଲିସ ପକ୍ଷରୁ କୈାଣସି ସୂଚନା ମିଳିଛି ।






