ନୟାଗଡ଼, (ବାଘୁଆବାର୍ତ୍ତା): ନବ ନିର୍ମାଣ କୃଷକ ସଂଗଠନଜିଲ୍ଲା ସଭାପତି ରଣଜିତ ଦଳଵେହେରା ବିଶିଷ୍ଟ ଆଇନଜିବୀ ସମାଜସେବୀ ସଂସାରୀ ସାହୁଙ୍କ ନେତୃତ୍ୱରେ ଦେଶି ଗାଈକୁ ଗୋମାତା ଓ ରାଜ ମାତାର ମାନ୍ୟତା ଦେବା ସହ ସୁସ୍ଥ ନିରୋଗ ସମାଜ ଗଠନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦିଆଯାଉଛି ଜିଲ୍ଲାପାଳ ନଥିବା ହେତୁ ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ବଳଙ୍କୁ ଦାବିପତ୍ର ଦିଆଯାଇଛି । ରାଜ୍ୟ ସରକାର ଦେଶି ଗାଈକୁ ଗୋମାତା ଓ ରାଜ ମାତାର ମାନ୍ୟତା ପ୍ରଦାନ କରିବା ।
ସରକାର ସୁସ୍ଥ ଓ ନିରୋଗ ସମାଜ ଗଠନ ପାଇଁ ପ୍ରୟାସ କରିବା ସହ ନିରୋଗ ସୁସ୍ଥ ସମାଜ ଗଠନ ପାଇଁ ଗୋମାତାର ଅବଦାନ ଅତୁଳନୀୟ । ଗୋ ବଂଶର ବୃଦ୍ଧି ନିହାତି ଜରୁରୀ । ଗୋ ବଂଶ ବୃଦ୍ଧି ପାଇଁ ସରକାର ବିଧାନ ସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ନିହାତି ଆବଶ୍ୟକ । ଗୋ ବଂଶ ବୃଦ୍ଧି ପାଇଁ ସରକାର ବିଧାନ ସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ । ଗୋ ପାଳକଙ୍କୁ ଗାଈ ରଖିଥିବା ଚାଷୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯିବା ଦାବିରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ଏବେ ଆଉ ଗାଁ ଗହଳିରେ ଗାଈ ଗୋରୁ ନାହାନ୍ତି । ଏହା ସମାଜ ପାଇଁ ଶୁଭଙ୍କର ନୁହେଁ । ଆଗ ଭଳି ଆଉ କ୍ଷୀର, ଦହି, ଛେନା, ଘିଅ ମିଳୁ ନାହିଁ । ଏହି ଦାବିପତ୍ରକୁ ବିଶିଷ୍ଟ ଆଇନଜିଵି ସମାଜସେଵି ସଂସାରୀ ସାହୁ ଦେଇଥିଲେ ଏହି ଦାଵିପତ୍ର ଦିଆଯିବା କାର୍ୟ୍ୟକ୍ରମରେ ନାଥ ପ୍ରଧାନ, ଅଜୟ କୁମାର ମହାନ୍ତି, କୈଳାଶ ରାଉତ, କୁମାରୀ ସାହୁ, ରବୀନ୍ଦ୍ର ନାଥ ସାଥୁଆ, ଆଶୁତୋଷ ବଡ଼ପଣ୍ଡା, ଵିଯୟ କୁମାର ମହାପାତ୍ର, ଜଗବନ୍ଧୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।