ଭୁବନେଶ୍ୱର : (ବାଘୁଆବାର୍ତ୍ତା): ବାତ୍ୟା ‘ୟଶ’ ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ । ରାଜ୍ୟସରକାର ଏହା ମଧ୍ୟରେ ବିଭିନ୍ନ ପଦକ୍ଷେପ ନେଲେଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମେ ୩୧ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି । ଏଥି ସହିତ ସମସ୍ତ ସରକାରୀ ଛୁଟି ବି ବାତିଲ କରିଛନ୍ତି । ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯେଗାଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିନା ଅନୁମତିରେ କେହି ବି ହେଡକ୍ୱାର୍ଟରରୁ ଯାଇପାରିବେ ନାହିଁ । ବାତ୍ୟା ‘ୟଶ’ ସମୟରେ ସମସ୍ତ ସରକାରୀ କର୍ମଚାରୀଙ୍କର ଉପଯୋଗିତା ଆବଶ୍ୟକତା ରହିଛି । ତେଣୁ କେହି ଛୁଟି ନେଇ ପାରିବେ ନାହିଁ ।






