Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧ୍ୟା କରଣ ପାଇଁ ପୁରୁଷଙ୍କ କୁଣ୍ଠାବୋଧ, ନୟାଗଡ଼ରେ ୨୯

by ସଞ୍ଜୟ ସ୍ୱାଇଁ
May 4, 2023
in Health, State
ବନ୍ଧ୍ୟା କରଣ ପାଇଁ ପୁରୁଷଙ୍କ କୁଣ୍ଠାବୋଧ, ନୟାଗଡ଼ରେ ୨୯
300
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର ଲାଗି ପୁରୁଷମାନେ କୁଣ୍ଠାବୋଧ କରୁଛନ୍ତି । ଏପ୍ରିଲ୍ ୨୦୨୨ରୁ ମେ ୨୦୨୩ ଭିତରେ ମାତ୍ର ୧୪୬୭ ଜଣ ପୁରୁଷ ଅସ୍ତ୍ରୋପଚାର କରିଛନ୍ତି । ସ୍ୱାମୀମାନେ ଅସ୍ତ୍ରୋପଚାର ନାଁ ଶୁଣିଲେ ଧରାଛୁଆଁ ଦେଉନାହାନ୍ତି । ପୁଣି କିଏ କହୁଛି ମୋର ପୁରୁଷତ୍ୱ ଉପରେ ପ୍ରଭାବ ଆସିବ, ଆଉ କିଏ କହୁଛି ବଂଶରକ୍ଷାରେ ବାଧା ସୃଷ୍ଟିହେବ । ଏଭଳି ବିଭିନ୍ନ ବାହାନା ଦେଖାଇ ଲୁଚୁଛନ୍ତି । ବିବାହିତ ପୁରୁଷଙ୍କ ବନ୍ଧ୍ୟାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥକର୍ମୀ ଯେତେ ଚେଷ୍ଟା କଲେ ବି ଫେଲ୍ ମାରୁଛନ୍ତି । ସ୍ୱାମୀମାନେ ପତ୍ନୀଙ୍କୁ ବନ୍ଧ୍ୟାକରଣ ପାଇଁ ଆଗକୁ ଠେଲି ଦେଉଛନ୍ତି । ରାଜ୍ୟରେ ଏହି ବର୍ଷ ଭିତରେ ମୋଟ୍ ୯୩ ହଜାର ୨୩୬ଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଛି । ସେଥିରୁ ୧୪୬୭ ଜଣ ପୁରୁଷ ଓ ୯୧୭୬୯ ମହିଳା ଅସ୍ତ୍ରୋପଚାର କରିଛନ୍ତି । ବଡ଼ କଥା ହେଲା ରାଜ୍ୟରେ ଉପାନ୍ତ ଓ ଦୁର୍ଗମ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା ଅଧିକ ରହିଛି । ହେଲେ ଉପକୂଳ ଅଞ୍ଚଳରେ ବନ୍ଧ୍ୟାକରଣ ସଂଖ୍ୟା ନଗଣ୍ୟ । କୋରାପୁଟରେ ୫୫୭, ରାୟଗଡ଼ାରେ ୨୦୩, ମାଲକାନଗିରିରେ ୧୦୩, ବାଲେଶ୍ୱର ୯୫, ଗଞ୍ଜାମରେ ୮୪, ଗଜପତିରେ ୬୧, ସୁନ୍ଦରଗଡ଼ରେ ୬୩ ଆଦି ରହିଛି । ହେଲେ ସୋନପୁରରେ ମାତ୍ର ୩, ଦେବଗଡ଼ରେ ୪, ଢ଼େଙ୍କାନାଳରେ ୫, ଅନୁଗୁଳରେ ୭, କଟକରେ ୧୭, ଖୋର୍ଦ୍ଧାରେ ୨୮, ନୟାଗଡ଼ରେ ୨୯, କେନ୍ଦ୍ରାପଡ଼ାରେ ୧୦, ପୁରୀରେ ୧୭ ଜଣ ଅସ୍ତ୍ରୋପଚାର କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ଡାକ୍ତର ମୂରଲୀଧର ପାଢ଼ୀ କହିଛନ୍ତି, ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଛି । ହେଲେ ଆଶା ଜନିତ ସଫଳତା ହୋଇପାରୁନି । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅସ୍ତ୍ରୋପଚାର ପ୍ରକ୍ରିୟା ସହଜ ଓ ସରଳ । ସ୍ୱଳ୍ପ ସମୟ ଭିତରେ ଅସ୍ତ୍ରୋପଚାର ହୋଇ ଘରକୁ ଫେରିପାରିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!