Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଲ ପାଇ ବାହା ହୋଇଥିଲେ, କରୋନାରେ ସ୍ୱାମୀ ଚାଲି ଯିବା ପରେ ସ୍ତ୍ରୀର ଆତ୍ମହତ୍ୟା, ଦୁଇ ଛୁଆ ହେଲେ ଅନାଥ

by ସଞ୍ଜୟ ସ୍ୱାଇଁ
June 20, 2021
in Lifestyle, State
ଭଲ ପାଇ ବାହା ହୋଇଥିଲେ, କରୋନାରେ ସ୍ୱାମୀ ଚାଲି ଯିବା ପରେ ସ୍ତ୍ରୀର ଆତ୍ମହତ୍ୟା, ଦୁଇ ଛୁଆ ହେଲେ ଅନାଥ
776
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): କରୋନା ପୁଣି ଦୁଇଜଣ ପିଲାଙ୍କୁ କରିଦେଇଛି ଅନାଥ । ଛଡାଇ ନେଇଛି ବାପା ଓ ମାଙ୍କୁ । ଏଭଳି ହୃଦୟ ବିଦାରକ ଚିତ୍ର ଆସିଛି ବାଲେଶ୍ୱର ସହରରରୁ। ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ମାତ୍ର ୨୧ ଦିନ ପରେ ସ୍ତ୍ରୀ ସ୍ୱାମୀଙ୍କୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଇଛନ୍ତି। ଏବେ ତାଙ୍କର ଦୁଇ ପୁଅ ଝିଅ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ବାଲେଶ୍ୱର ସହରର ମାଣିଖମ୍ବର ଏଇ ଦୁଇଜଣ ଛୋଟ ପିଲା ଏବେ ବେସାହାରା ହୋଇପଡ଼ିଛନ୍ତି। ଗତ ମେ’ ମାସ ୧୫ ତାରିଖରେ ସେମାନଙ୍କ ବାପା ରାଜେଶ୍ କୁମାର ସିଂ କରୋନାରେ ମୃତ୍ୟୁ ବରଣ କରିଥିଲେ। ସେ ମୃତ୍ୟୁ ବରଣ କରିବାର ୨୧ ଦିନ ପରେ ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ଜୁଲି ସିଂ ଆତ୍ମହତ୍ୟା କରିଦେଇଛନ୍ତି । ଦୁହେଁ ଦୁହିଁକୁ ଭଲ ପାଇ ବାହା ହୋଇଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତ ଜୀବନ ପାଇଁ ସାଥୀ ହୋଇ ଚାଲିବା ପାଇଁ ଶପଥ ନେଇଥିଲେ। ସେଥିପାଇଁ ବୋଧେ ଜଣେ ଯିବାର ମାତ୍ର ଦିନ କେଇଟା ଯାଇନି ଆଉ ଜଣେ ଚାଲିଗଲେ। ହେଲେ ଦୁଇ ପିଲାଙ୍କୁ ଏକା କରି ଛାଡ଼ି ଚାଲିଗଲେ। ପୁଅ ବୋହୂଙ୍କ ଦୁଃଖ ଆଉ ଦୁଇ ନାତିନାତୁଣିଙ୍କ କଥା ଭାବି ଚିନ୍ତାରେ ବୁଢା ବାପା- ମା। କେମିତି ପିଲାଙ୍କୁ ବଢାଇବେ, କେମିତି ସେମାନଙ୍କ କଥା ବୁଝିବେ ସେହି ଚିନ୍ତା ଘାରିଛି । ରାଜେଶ ଜଣେ ଭଲ ହୋମିଓପାଥି ଡାକ୍ତର ଥିଲେ । ସେ କେନ୍ଦୁଝରରେ ଡାକ୍ତର ପାଠ ପଢୁଥିବା ବେଳେ ଜୁଲିଙ୍କୁ ଭଲପାଇ ବିବାହ କରିଥିଲେ । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ କେହି କେହାକୁ ଛାଡି ଏକୁଟିଆ ରହୁନଥିଲେ । ହେଲେ ଦୁଇଜଣ ପିଲା ଯେମିତି ସେମାନଙ୍କୁ ହରାଇ ଏକୁଟିଆ ହୋଇଯାଇଛନ୍ତି। ମାତ୍ର ୭ ବର୍ଷର ପୁଅ ଆଦିତ୍ୟ ଓ ୧୩ ବର୍ଷର ଝିଅ ରିତୁକ୍ରିଷ୍ଣା ଏବେ କନଭେଣ୍ଟ ସ୍କୁଲରେ ପାଠ ପଢୁଛନ୍ତି । ସେମାନଙ୍କ କଥା ବୁଝୁଥିଲେ ତାଙ୍କ ବାପା-ମା । ଜେବେପରେଶ ସିଂ ଅବସର ନେବା ପରେ ସେ ବି ଖୁବ୍ କମ ଟଙ୍କା ପେନସନ ପାଉଛନ୍ତି । ରୋଜଗାରିଆ ପୁଅ ଘରଦ୍ୱାର ସବୁ କିଛି କରିଥିଲା । ହେଲେ ସେ ଚାଲିଯିବାପରେ ବେସାହାର ହୋଇପଡିଛନ୍ତି ଦୁହେଁ ବୃଦ୍ଧବୃଦ୍ଧା। ନାତି ନାତୁଣୀଙ୍କୁ କେମିତି ବଡ କରିବେ ସେ ଚିନ୍ତା ଘାରିଛି । ତାଙ୍କୁ ଏହି ଦୁଃଖଦ ଖବର ଜଣାପଡିବାପରେ ସ୍ଥାନୀୟ ବିଧାୟକ ତାଙ୍କ ଘରକୁ ଯାଇ ଦୁଇ ପିଲାଙ୍କ ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!