କଟକ, (ବାଘୁଆବାର୍ତ୍ତା): ମହାମାରୀ କରୋନା କାୟା ଓଡ଼ିଶା ଧିରେ ଧିରେ ମଳିନ ପଡୁଥିବା ବେଳେ କରୋନାର ନକଲି ଔଷଧ ଜବତ କରିଛି ଡ୍ରଗ୍ସ ଡିପାର୍ଟମେଣ୍ଟ ଓ ପୁଲିସ୍ । ନକଲି କାରବାର କରିବାରେ ସୀମା ଟପିଲା କଟକ । କଟକ କନିକା ଛଜ ନିକଟରୁ ଜବତ ହେଲା ଲକ୍ଷାଧିକ ଟଙ୍କାର କରୋନା ଔଷଧ । ଏହାକୁ ଡ୍ରଗ୍ସ ଡିପାର୍ଟମେଣ୍ଟ ୬୯ଲକ୍ଷ ଟଙ୍କାର ଔଷଧ ଜବତ କରିଛି । ଏହି ଔଷଧତ୍ତର ପ୍ରଦେଶ ମାକ୍ସ ରିଲିଫ୍ ହେଲଥ୍ କେୟାରରୁ ଆସୁଥିଲା ନକଲି କରୋନା ଔଷଧ । ବିଶେଷ ସୁତ୍ରରୁ ଖବର ପାଇ ଡ୍ରଗ୍ସ ଡିପାର୍ଟମେଣ୍ଟ ପୁଲିସର ସହାୟତା ନେଇ କଟକ କନିକା ଛକ ନିକଟରେ ଥିବା ଔଷଧ ହୋଲସେଲ ଗୋଦାମ ଘରେ ଚଢଉ କରାଯାଇଥିଲା । ହୋଲସେଲର ଉପରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନେଇ ଡ୍ରଗ୍ସ ଇନସପେକ୍ଟର ଜଗନ୍ନାଥ ମଲ୍ଲିକ୍ ସୂଚନା ଦେଇଛନ୍ତି ।





