ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ସାକେରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡ଼ିପାଟଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା ଘର ସହିତ ପ୍ରାୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ବିପନ୍ନ ପରିବାରମାନେ ଗୌରାଙ୍ଗ ସାହୁ ଏବଂ କବିରାଜ ସାହୁ । ସୂଚନାନୁସାରେ, କବିରାଜ ସାହୁଙ୍କ ବାରିପଟ ଅଳିଆ ଗଦାରୁ ନିଆଁ ଲାଗିଥିବା ଜଣାପଡ଼ିଛି । ଖବର ପାଇ ଓଡ଼ଗାଁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଅଛି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ ଲାଗି ସାଧାରଣରେ ଦାବି ହେଉଅଛି ।






