Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୭ ହଜାର ଟଙ୍କାର ନକଲି ନୋଟ ଜବତ

by ସଞ୍ଜୟ ସ୍ୱାଇଁ
April 13, 2021
in Feature News
୫୭ ହଜାର ଟଙ୍କାର ନକଲି ନୋଟ ଜବତ
224
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ବ୍ରଜରାଜନଗର ମୁଖ୍ୟ ସହରରେ ରହୁଥିବା ରମନ କୁମାର ରଜକ (୩୨)ଙ୍କ ନିକଟରୁ ବ୍ରଜରାଜନଗର ପୁଲିସ ୫୭ ହଜାର ଟଙ୍କାର ନକଲି ନୋଟ ଜବତ କରିଛି। ରମନ ଜଣେ ରେଳବାଇ କର୍ମଚାରୀ। ସେ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ବିଲାସପୁର ଡିଭିଜନ ଅଧୀନରେ ବ୍ରଜରାଜନଗର ଷ୍ଟେସନରେ ବରିଷ୍ଠ ବାଣିଜ୍ୟ ସହ ଆରକ୍ଷଣ କିରାଣୀ ଭାବେ କାର୍ଯ୍ୟରତ। ରମନ ମଧ୍ୟପ୍ରଦେଶ ସହଡୋଲର ମୂଳ ବାସିନ୍ଦା। ବର୍ତ୍ତମାନ ବ୍ରଜରାଜନଗରର ଚାନ୍ଦିନୀଚୌକରେ ମନୋଜ ଲମ୍ବାଙ୍କ ଘରେ ଭଡ଼ାରେ ରୁହୁଛନ୍ତି ବୋଲି ଆଜି ଝାରସୁଗୁଡ଼ା ଏସ ପି ବିକାଶ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବ୍ରଜରାଜନଗର ଥାନା କେସ ନମ୍ବର ୧୦୩ ତା ୧୨/୪ ରେ ଏକ ମାମଲା ରୁଜୁ କରି ଧାରା ୪୮୯ ଏ ବି ସି ରେ ତାଙ୍କୁ ଗିରଫ କରାଯାଇଛି ଏସ ପି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଏସଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଥାନା ଆଇଆଇସି ନଳିତା ମୋଦୀ, ଏସ ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ପୁଲିସ ଫୋର୍ସ ସହିତ ରମନ ରହୁଥିବା ଘର ଉପରେ ଚଢ଼ାଉ କରିଥିଲେ। ଭରଭିତରୁ ଏକ କଳା ବ୍ୟାଗରେ ୧୧୪ ଖଣ୍ଡ ୫୦୦ଟଙ୍କିଆ ଜାଲି ନୋଟ ଜବତ କରିଥିଲେ। ଏହି ନକଲି ନୋଟ ମଧ୍ୟରେ ୫୭ ଖଣ୍ଡ ନୋଟ ୫ପି ବି୪୧୭୭୮୪ ଓ ୫୭ ଖଣ୍ଡ ନୋଟ ୮ ଟି ଏନ ୧୫୭୨୧୦ ନମ୍ବର ୫୦୦ ଟଙ୍କିଆ ନୋଟ ଥିଲା। ଏହି ନୋଟ ସେ ଛତିଶଗଡ଼ର ଦୁର୍ଗରେ ରହୁଥିବା ତାର ସମ୍ପର୍କୀୟ ଭାଇଙ୍କ ଠାରୁ ୨୦ହଜାର ଟଙ୍କା ବିନିମୟରେ ୫୭ ହଜାର ତାଙ୍କର ୫୦୦ ଟଙ୍କିଆ ଜାଲି ନୋଟ ଆଣିଥିବା ପ୍ରକାଶ କରିଛନ୍ତି। ଏହି ରାକେଟର ଚେର ବିଳାସପୁର, ରାୟପୁର ପର୍ଯ୍ୟନ୍ତ ମାଡ଼ିଥିବା ପୁଲିସ ଅନୁସନ୍ଧାନରୁ ଜାଣିପାରିଛି। ଆଜି ଏସପି ଙ୍କ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିଲୀପ ଦାସ, ଆଇଆଇସି ନଳିତା ମୋଦୀ ଉପସ୍ଥିତ ଥିଲେ। ରମନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଏହି ରାକେଟ ସହିତ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!