Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫେସବୁକରେ ବନ୍ଧୁତା ମହିଳାଙ୍କ ପାଇଁ ପଡିଲା ମହଙ୍ଗା, ଲୋଭ ଅଧିକା ହେଲା, ଲୁଟିନେଲେ ୨.୫ କୋଟି

by ସଞ୍ଜୟ ସ୍ୱାଇଁ
June 21, 2021
in Crime, NATIONAL NEWS
ଫେସବୁକରେ ବନ୍ଧୁତା ମହିଳାଙ୍କ ପାଇଁ ପଡିଲା ମହଙ୍ଗା, ଲୋଭ ଅଧିକା ହେଲା, ଲୁଟିନେଲେ ୨.୫ କୋଟି
160
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ଅଜଣା ଲୋକଙ୍କ ସହିତ ଫେସବୁକରେ ବନ୍ଧୁତା କରି ଫସିଛନ୍ତି ମହିଳା । ସାଇବର କ୍ରାଇମର ଆଉ ଘଟଣା ସାମ୍ନାକୁ ଆସିଛି। ନିଜକୁ ବିଦେଶୀ ମହିଳାର ପରିଚୟ ଦେଇ ଫେସବୁକରେ ମହିଳାଙ୍କ ସହ ବନ୍ଧୁତା କରିଥିବା ଜଣେ ବ୍ୟକ୍ତିଙ୍କ କଳାକାରନାମା ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ଜଣଙ୍କ ତାଙ୍କ ଫେସବୁକର ମହିଳା ବନ୍ଧୁଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ୨.୫ କୋଟି ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୀରଜ ସୁରୀ ଓ ତାଙ୍କ ଘର ବିହାରରେ। ସେ ମହିଳାଙ୍କୁ ଫେସବୁକ ଜରିଆରେ ଜଣେ ବିଦେଶୀ ମହିଳା ରେବେକା ଖ୍ରୀଷ୍ଟିନେ ଭାବେ ପରିଚୟ ଦେଇ ବନ୍ଧୁତା କରିଥିଲେ। ରେବେକା ସୱାଇ ମାଧୋପୁରରେ ରହୁଥିବା ଗୁଞ୍ଜନ ଶର୍ମାଙ୍କ ସହ ପ୍ରଥମେ ଫେସବୁକରେ ବନ୍ଧୁତା କରିଥିଲେ। ରେବେକା ଓରଫ ନୀରଜ ନିଜକୁ ବିଧବା ଓ କ୍ୟାନସର ପୀଡ଼ିତ ବୋଲି କହି ଗୁଞ୍ଜନଙ୍କ ବିଶ୍ୱାସ ଜିତିଥିଲେ। ଏହାପରେ ସେ ତାଙ୍କ ପାଖରେ ୨୮ କୋଟିର ସମ୍ପତ୍ତି ଥିବା ଲୋଭ ଗୁଞ୍ଜନଙ୍କୁ ଦେଖାଇଥିଲେ। ତାଙ୍କ ସମ୍ପତ୍ତିର ଦେଖାଶୁଣା କରିବାକୁ କେହି ନଥିବାରୁ ସେ ଏହାକୁ ଗୁଞ୍ଜନଙ୍କୁ ଦେବାକୁ ଚାହୁଁଥିବା ମଧ୍ୟ କହିଥିଲେ। ସମ୍ପତ୍ତି ହସ୍ତାନ୍ତର କରିବାକୁ ଅଭିଯୁକ୍ତ ଜଣଙ୍କ ଗୁଞ୍ଜନଙ୍କ ସହ ତାଙ୍କ ଓକିଲ ବାରମେକ୍ସ ଓ ଭାରତୀୟ ପ୍ରତିନିଧି ଜନସନ ଯୋଗାଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗୁଞ୍ଜନଙ୍କ ପାଖକୁ ତଥାକଥିତ ‘ଫରେନ ଏକ୍ସଚେଞ୍ଜ ଡିପାର୍ଟମେଣ୍ଟ’ ନାଁରେ ଗୋଟିଏ ଇ-ମେଲ ଆସିଥିଲା। ଏଥିରେ ଥିବା ବିଭିନ୍ନ ଆକାଉଣ୍ଟକୁ ଗୁଞ୍ଜନ ୨.୫ କୋଟି ଟଙ୍କା ପଠାଇଥିଲେ। ଏଥିରେ ଆରବିଆଇ ଫି’, ପ୍ରୋସେସିଂ ଫି’ ଓ ଆଇନଜୀବୀ ଫି’ ବାବଦରେ ଟଙ୍କା ଦେବାକୁ କୁହାଯାଇଥିଲା। ଟଙ୍କା ଦେଇ ସାରିବା ପରେ ଗୁଞ୍ଜନ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶେଷରେ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ର ଗୋଟିଏ ଟିମ ଆକାଉଣ୍ଟରେ ଥିବା ଠିକଣାରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତର ଅଫିସ ମସୁରି ଓ ଡେରାଡୁନରେ ଚାଲିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣଙ୍କ ନକଲି ସିଏ କାର୍ଡ ଧରି ନିଜର ନେଟୱର୍କ ବଢ଼ାଇଛି। ସେ ଋଣ ପାଇଁ ଦିଲ୍ଲୀ, ମସୁରି ଓ ଡେରାଡୁନରେ ଅଫିସର ଖୋଲିଥିଲେ। ସେ ଜିଏସ୍‌ଟି, ଆଇଟିଆର, ପାନ ଓ ଆଧାର କାର୍ଡ ଜରିଆରେ ନକଲି ଆକାଉଣ୍ଟ ମାନ ଖୋଲି ଋଣ ହାସଲ କରୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!