Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ତିଆରି କରନ୍ତୁ ହୋମ ମେଡ ଫେସପ୍ୟାକ, ମୁହଁରୁ ଡାର୍କନେସ ଦୂରକରିବ ଏହି ପଦ୍ଧତି

by ସଞ୍ଜୟ ସ୍ୱାଇଁ
May 27, 2021
in State
ଘରେ ତିଆରି କରନ୍ତୁ ହୋମ ମେଡ ଫେସପ୍ୟାକ, ମୁହଁରୁ ଡାର୍କନେସ ଦୂରକରିବ ଏହି ପଦ୍ଧତି
211
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଚେହେରା ଡାର୍କନେସ ଦୂର କରିବା ପାଇଁ ଝିଅମାନେ ମହଙ୍ଗା କ୍ରିମ ଏବଂ ବିଭିନ୍ନ ଚିକିତ୍ସା କରିଥାନ୍ତି । କିନ୍ତୁ, ଏହା ଦ୍ୱାରା ବିଶେଷ କିଛି ଫରକ ପଡିନଥାଏ । ଆପଣ ଏହାକୁ ଘରୋଇ ଫେସପ୍ୟାକ ମାଧ୍ୟମରେ ଦୁର କରିପାରିବେ । ଏହା କେବଳ ଡାର୍କନେସ ଦୁର କରିବ ନାହିଁ, ଚର୍ମ କୁଞ୍ଚନ ମଧ୍ୟ ଦୂର କରିବାରେ ସହାୟକ ହେବ । ଏହାକୁ ତିଆରି କରିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ ନାହିଁ ଏବଂ ପଦ୍ଧତି ମଧ୍ୟ ଅତି ସହଜ । ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ପ୍ୟାକ । ସାମଗ୍ରୀ:- ଚିୟା ସିଡ୍ସ –୧/୪ ଚାମଚ, ଗୋଲାପ ଜଳ-ଆବଶ୍ୟକ ଅନୁଯାୟୀ, ନଡିଆତେଲ-୧/୪ ଚାମଚ, ବେସନ-୧/୩ ଚାମଚ । ପ୍ରସ୍ତୁତ ପ୍ରଣାଳୀ: – ସର୍ବପ୍ରଥମେ ଏକ ପାତ୍ରରେ ସମସ୍ତ ଉପାଦାନକୁ ମିଶାଇ କିଛି ସମୟ ପାଇଁ ଛାଡିଦିଅନ୍ତୁ । ବତ୍ତମାନ ଏଥିରେ ବେସନ, ଗହମ ଅଟା, ମଇଦା, ଚନ୍ଦନ ପାଉଡର, ମୁଲତାନୀ ମାଟି ଭିତରୁ କୌଣସି ଗୋଟିଏ ମିଶାନ୍ତୁ । ଯଦି ଆପଣଙ୍କୁ ନଡିଆ ତେଲ ସୁଟ ହେଉନାହିଁ ତେବେ ଆପଣ ଏଥିରେ ଅନ୍ୟ ତେଲ ମିଶାଇ ପାରିବେ । ଏହା ବ୍ୟତୀତ, ଆପଣ ଚିଆ ପାଉଡର କରି ମଧ୍ୟ ବ୍ୟବହାର କରିପାରିବେ । କିପରି ଲଗାଇବା: – ସର୍ବ ପ୍ରଥମେ ମୁହଁକୁ ଗୋଲାପ ଜଳ, ଫେସୱାସ କିମ୍ବା କ୍ଲିଞ୍ଜରରେ ସଫା କରନ୍ତୁ । ଏହାପରେ ୨-୩ ମିନିଟ ସ୍କ୍ରବ କରି ଫ୍ୟାକକୁ ବାହାର କରନ୍ତୁ । ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । କ୍ୟାଲସିୟମ, ମାଙ୍ଗାନିଜ ଏବଂ ପ୍ରୋଟିନରେ ଭରପୁର ଚିଆ ସିଡ ଚର୍ମରେ କୋଲାଜେନ ସ୍ତର ବଢ଼ାଇଥାଏ । ଏହି ପ୍ୟାକ ଆଣ୍ଟି-ଏଜିଙ୍ଗ ଜନିତ ସମସ୍ୟା ଦୁର କରିଥାଏ ଏବଂ କଳା ଦାଗ, ଡାର୍କ ସର୍କଲ, କୁଞ୍ଚନ ଇତ୍ୟାଦିରୁ ମଧ୍ୟ ମୁକ୍ତି ଦେଇଥାଏ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!