ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ଫକୀର ମୋହନ(ଏଫ୍.ଏମ୍) ବିଶ୍ୱବିଦ୍ୟାଳୟରେ ଆଜି ନୁତନ କୁଳପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତ କରିଛନ୍ତି । ଏଫ୍.ଏମ୍ର ନୂତନ ଣିଯୁକ୍ତ ପାଇଥିବା କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ସେ ୪ବର୍ଷ ପାଇଁ ଏଫ୍.ଏମ୍ ବ ିଶ୍ୱବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟ କରିବେ । ପ୍ରଫେସର ତ୍ରିପାଠୀ ଉକ୍ରଳ ବିଶ୍ୱବିଦ୍ୟାଳୟର ପିଏମଆଇଆର ବିଭାଗରେ ଦିର୍ଘ ୩୦ବର୍ଷ ହେଲା ଅଧ୍ୟାପନା କରିଛନ୍ତି । ଜୁନ୍ ମାସରେ ପ୍ରଫେସର ତ୍ରିପାଠୀ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ପୁସ୍ତକ କରିଥିବା ବେଳେ ୧୭ଜଣ ପିଏଚଡି ଡିଗ୍ରୀଧାରୀଙ୍କ ଗାଇଡ୍ ରହିଛନ୍ତି । ପ୍ରଫେସର ତ୍ରିପାଠୀ ଛାତ୍ର ବତ୍ସଳ ଥିବା ବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଉନ୍ନତି କାର୍ଯ୍ୟରେ ତାଙ୍କରୀ ଅବଦାନ ରହିଆସିଛି । ପ୍ରଫେସର ତ୍ରିପାଠୀ ଜଗତସିଂହପୁର ଜିଲ୍ଲା କାଦୁଆପଡାରେ ଜନ୍ମ ଗ୍ରହଣ କରିବା ସହ ବିବେକାନନ୍ଦ ମେମୋରିଆଲ କଲେଜରୁ ସ୍ନାତକ ପାସ୍ କରିଥିଲେ । ସେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତୋକତରରେ ଗୋଲ୍ଡ ମେଡାଲ ହାସଲ କରିଥିଲେ । ୧୯୮୫ ମସିହାରେ ପ୍ରଫେସର ତ୍ରିପାଠୀ ଏନଆଇପିଏମ୍ ଆୱାର୍ଡ ଓ ୟୁଜିସି ରିସର୍ଚ୍ଚ ଆୱାର୍ଡ ହାସଲ କରିଥିଲେ ।






