Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲରୁ ମୁକୁଳୀଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ

by ସଞ୍ଜୟ ସ୍ୱାଇଁ
May 18, 2022
in Feature News
ଜେଲରୁ ମୁକୁଳୀଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ
362
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡ ମାମଲାରେ ଅନ୍ୟତମ ଦୋଷୀ ଏଜି ପେରାରି ଭଲନ ଆଜି ଜେଲରୁ ମୁକୁଳିଛନ୍ତି। ୩୧ ବର୍ଷ ଧରି ସଜ୍ଜା କାଟିବା ପରେ ସୁପ୍ରିମକୋର୍ଟ ଆଜି ତାଙ୍କୁ ମୁକ୍ତ କରିଛନ୍ତି। ତାମିଲନାଡ଼ୁ ସରକାରଙ୍କ ନିବେଦନ କ୍ରମେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତ ମାର୍ଚ୍ଚ ୯ ତାରିଖରେ ସବୋର୍ଚ୍ଚ ନ୍ୟାୟାଳୟ ଏଜି ପେରାରି ଭଲନଙ୍କ ଜାମିନ ମଞ୍ଜୁର କରିଥିଲେ। ସେହିପରି ତାମିନାଡ଼ୁ କ୍ୟାବିନେଟର ନିଷ୍ପତ୍ତିକୁ ରାଜ୍ୟପାଳ ମାନିବା ଉଚିତ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ। ରାଜୀବଙ୍କୁ ହତ୍ୟା ବେଳେ ପେରାଇ ଭଲନ୍ନଙ୍କୁ ୧୯ ବର୍ଷ ହୋଇଥିଲା। ରାଜୀବଙ୍କ ହତ୍ୟାଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ପେରାରି ଭଲନ । ସେ ଏହି ହତ୍ୟାକାଣ୍ଡ ପାଇଁ ୨ଟି ୯ଭୋଲଟ୍ର ବ୍ୟାଟେରୀ କିଣିଥିଲେ। ଏହି ବ୍ୟାଟେରୀକୁ କାମରେ ଲଗାଇଥିଲେ ଶିଭରସନ୍। ଏଲଟିଟିଇର ସଦସ୍ୟ ଶିଭରସନ୍ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ରାଜୀବ ଗାନ୍ଧିଙ୍କୁ ହତ୍ୟା ପାଇଁ ହୋଇଥିବା ବୋମା ବିସ୍ପୋରଣରେ ଏହି ବ୍ୟାଟେରୀ ବ୍ୟବହୃତ ହୋଇଥିଲା। ୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ପେରାରି ଭଲନ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଫାଶିଦଣ୍ଡାଦେଶ ହୋଇଥିଲା। ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ। ତେବେ ୨୦୧୪ରେ ତାଙ୍କ ଫାଶୀଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏହା ପରେ ଜେଲରୁ ମୁକୁଳିବା ପାଇଁ ପେରାଇ ଭଲନ୍ନ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଆବେଦନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ଏହି ମାମଲାକୁ ତାମିଲନାଡ଼ୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ପଠାଇଛନ୍ତି। ମାମଲାକୁ ନେଇ ମଧ୍ୟ ରାଷ୍ଟ୍ରପତି କୌଣସି ନିର୍ଣ୍ଣୟ ନେଇନାହାନ୍ତି ବୋଲି କେନ୍ଦ୍ର ଯୁକ୍ତି ରଖିଥିଲା। ତେବେ ମାମଲାର ପ୍ରକ୍ରିୟା ବିଳମ୍ବ ହେଉଥିବା ନେଇ ତାମିଲନାଡ଼ୁ ରାଜ୍ୟପାଳଙ୍କ କାର୍ୟ୍ୟାନୁଷ୍ଠାନକୁ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ରାଜ୍ୟପାଳ କ୍ୟାବିନେଟ ନିଷ୍ପିତ୍ତିକୁ ମାନିବା ଉଚିତ୍। ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ମୁକ୍ତି ପାଇଁ ରାଜ୍ୟପାଳ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ବାଧ୍ୟ। ମାମଲାକୁ ଅଜଥା ରାଷ୍ଟ୍ରପତିଙ୍କ ନିକଟକୁ ହସ୍ତାନ୍ତର କରିବା ଅମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୧୯୯୧ରେ ତାମିଲନାଡ଼ୁ ଗସ୍ତରେ ଥିବା ବେଳେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!