Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତୁ ଜାଣିବା ଆଖିର ମହତ୍ୱ କ’ଣ ?

by ସଞ୍ଜୟ ସ୍ୱାଇଁ
June 3, 2021
in Health, Lifestyle, State
ଆସନ୍ତୁ ଜାଣିବା ଆଖିର ମହତ୍ୱ କ’ଣ ?
243
VIEWS
Share on FacebookShare on Twitter

ମନୁଷ୍ୟ ଓ ପ୍ରାଣୀଙ୍କୁ ପ୍ରକୃତି ଦେଇଥିବା ଉପହାର ମଧ୍ୟରେ ଆଖି ବା ଚକ୍ଷୁ ସର୍ବଶ୍ରେଷ୍ଠ । ଆଖି ଦ୍ୱାରା ଆମେ ଦୁନିଆର ସୁନ୍ଦର ରୂପ ରାଶିକୁ ଉପଭୋଗ କରିପାରୁ । ଆଖି ସ୍ନେହ ଓ ପ୍ରେମର ଆମନ୍ତ୍ରଣ ଦିଏ ସେହି ଆଖି ପୁଣି କ୍ରୋଧିତ ହେଲେ ଅନଳର ବର୍ଷା ହୋଇଯାଏ । ଅଶିକ୍ଷିତ ଲୋକଟିଏ ଆଖିର ଭାଷା ଓ ଇଶାରାରେ ସବୁ କିଛି ଜଣାଇ ଦେଇପାରେ । ଆଖି ସୌନ୍ଦର୍ଯ୍ୟ ବୃଦ୍ଧିର ଗନ୍ତାଘର ।

ସେହି ଆଖି ବିଷୟରେ ସମ୍ୟକ୍ ତଥ୍ୟ ….

ମଣିଷ ପ୍ରତି ୬ ସେକେଣ୍ଡରେ ଥରେ ଲେଖାଏଁ ଆଖିପତା ପକାଇ ଥାଏ ଅର୍ଥାତ ପୂରା ଜୀବନ କାଳ ମଧ୍ୟରେ ଆମେ ୨୫ କୋଟି ଥର ଆଖି ପତା ପକାଇ ଥାଉ । ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରୁ ମଣିଷ ଓ ମାଙ୍କଡକୁ ଛାଡି ଦେଲେ ଅନ୍ୟ କେହି ରଙ୍ଗ ବାରି ପାରନ୍ତି ନାହିଁ । ଅନୁକୂଳ ପରିସ୍ଥିତିରେ ମଣିଷର ଆଖି ୧ କୋଟି ପର୍ଯ୍ୟନ୍ତ ରଙ୍ଗ ବାରିପାରେ । ବିଶ୍ୱରେ ସାଢ଼େ ସାତ ପ୍ରତିଶ୍ରତ ପୁରୁଷ ଓ ୧ ପ୍ରତିଶତ ମହିଳା ସଠିକ ରଙ୍ଗ ବାରି ପାରନ୍ତି ନାହିଁ । ଲାଲ ଓ ସବୁଜ ରଙ୍ଗର ସଠିକତା ବାରିବାରେ ଚେକୋସ୍ଲୋଭିକିଆର ଲୋକମାନେ ବିଶ୍ୱର ସବୁ ଲୋକଙ୍କଠାରୁ ନିମ୍ନରେ । ମନୁଷ୍ୟ ଆଖିରେ ଥିବା ୩ ରୁ ୪ ମାଇକ୍ରାନ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ଛିଦ୍ର ମାଧ୍ୟମରେ ଅନ୍ୟ ଦିଗରୁ ଆସୁଥିବା ତେଜିୟାନ ରଶ୍ମିକୁ ଜାଣିପାରେ । ସୂଚନା ଥାଉକି ଏକ ମାଇକ୍ରାନ୍ ହେଉଛି ଏକ ମିଲିମିଟରର ଏକହଜାର ଭାଗରୁ ୧ ଭାଗ୍ୟ । କଳା ଓ ହଳଦିଆ ରଙ୍ଗର ମିଶ୍ରଣ ଆଖି ଉପରେ ଗଭୀର ପ୍ରଭାବ ପକାଇଥାଏ । ଜନ୍ମରୁ ଅନ୍ଧ ବ୍ୟକ୍ତିମାନେ ସ୍ୱପ୍ନରେ କେବଳ ଧ୍ୱନୀ ହିଁ ଶୁଣିଥାନ୍ତି । ଏହା ଅସମ୍ଭବ ଲାଗିଲେ ମଧ୍ୟ ସତ୍ୟ ଯେ ଛିଙ୍କିଲାବେଳେ ମଣିଷର ଦୁଇ ଆଖି ପୂରାପୁରି ଖୋଲା ରହିଥାଏ । ମଣିଷମାନଙ୍କର ଆଖି ଭଳି ଅନ୍ୟାନ୍ୟ ପ୍ରାଣୀମାନଙ୍କ ଆଖିର ମଧ୍ୟ ବହୁ ଅଲୌକିକ ଗୁଣ ରହିଛି । ପେଚା ତା’ର ଆଖି (ଡୋଳା) କୁ କୌଣସି ଆଡକୁ ବୁଲାଇପାରେ ନାହିଁ । ମାତ୍ର ଶରୀରର କୌଣସି ଅଙ୍ଗକୁ ନ ହଲାଇ ମୁଣ୍ଡକୁ ବିପରୀତ ଦିଗକୁ ବୁଲାଇବାରେ ସଫଳ ହୁଏ । ଏଥିଯୋଗୁଁ ଏହା ତାର ପଛପଟେ ଥିବା ଜିନିଷକୁ ମଧ୍ୟ ଦେଖିପାରେ । ମାଛିର ଆଖି ୪ ହଜାର ମୁଖିକାଙ୍କୁ ନେଇ ସଂରଚିତ । ଏଥିଯୋଗୁଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ରହିଥିଲେ ମଧ୍ୟ ତାର ଶତ୍ରୁ କେଉଁ ଦିଗରୁ ଆସୁଛି ସେ ସହଜରେ ଜାଣିପାରେ । ରାତିରେ ବିଲେଇ ଆଖି ଚମକିବାର କାରଣ ହେଉଛି ଏହାର ଆଖି କୋଡିକା ଉପରେ ଥିବା ପରଦା, ଯେଉଥିରେ କି ପ୍ରକାଶର ପରିବର୍ତ୍ତନ ରହିଛି । ବିଲେଇର ଆଖି ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ହୋଇପାରେ । କେତେକ ବିଲେଇଙ୍କର ଉଭୟ ଆଖି ଭିନ୍ନ ଭିନ୍ନ ହୋଇଥିବାର ଦେଖାଯାଏ ।ଡଲଫିନ ଶୋଇଲାବେଳେ ଗୋଟିଏ ଆଖି ଖୋଲା ରଖିଥାଏ । ଷ୍ଟାର ମାଛର ପ୍ରତ୍ୟେକ ବାହୁର ଅଗ୍ରଭାଗରେ ଗୋଟିଏ ଲେଖାଏଁ ଆଖି ରହିଥାଏ । ବାଜପକ୍ଷୀର ଆଖିରେ ୧୩ ହଜାର ଲେନ୍ସ ଓ ସ୍ନାୟୁ ରହିଥାଏ । ଏଥିଯୋଗୁଁ ସେ ୮ ମାଇଲ ଉପରୁ ପୃଥିବୀ ପରେ ଦୌଡୁଥିବା ଠେକୁଆକୁ ସହଜରେ ଦେଖିପାରେ । ଆଖି ମଣିଷର ଅମୂଲ୍ୟ ସମ୍ପଦ । ନେତ୍ରହୀନ ବ୍ୟକ୍ତିମାନଙ୍କୁ ପୃଥିୀର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ଏବେ ମାନବ ସମାଜ ଚେଷ୍ଟିତ । ତେଣୁ ମରିବା ପୂର୍ବରୁ ମଣିଷମାନେ ଅନ୍ୟମାନଙ୍କ ପାଇଁ ସେମାନଙ୍କର ଆଖିକୁ ଦାନ କରି ଦେଇଯାଇଥାନ୍ତି । ସେହି ଆଖି ଜଣେ ନେତ୍ରହୀନଙ୍କୁ ବିଶ୍ୱର ନୂଆ ରୂପ ଦେଖାଇ ପାରିଥାଏ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!