Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ଦୃଷ୍ଟି ଜନିତ ସମସ୍ୟାରେ ହୋଇପାରନ୍ତି ପିଡିତ

by ସଞ୍ଜୟ ସ୍ୱାଇଁ
March 12, 2023
in Health, NATIONAL NEWS
୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ଦୃଷ୍ଟି ଜନିତ ସମସ୍ୟାରେ ହୋଇପାରନ୍ତି ପିଡିତ
96
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଲ୍ଳୀ ଏମ୍ସର ରିପୋର୍ଟରେ ଏକ ଚକିତ କଲାଭଳି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ କୋରୋନା ପରଠାରୁ ପିଲାଙ୍କଠାରେ ପାଖ ବସ୍ତୁକୁ ଦେଖିବାରେ ଅର୍ଥାତ୍ ନିକଟ ଦୃଷ୍ଟି ଦୋଷ ମାୟୋପିଆ ମାମଲା ବଢ଼ିଛି । ଯାହାକି ଚିନ୍ତାଜନକ। ଏମିତିରେ ତ’ ଆଖି ସହ ଜଡ଼ିତ ସମସ୍ୟା ପ୍ରାୟ ସବୁ ବୟସରେ ଦେଖାଯାଇଥାଏ। କିନ୍ତୁ ନିକଟ ଅତୀତରେ ଆଖି ସମସ୍ୟାରେ ଅଧିକ ବୃଦ୍ଧି ଦେଖାଦେଇଛି। ଅତ୍ୟଧିକ ଡିଜିଟାଲ ସ୍କ୍ରିନ୍ ବ୍ୟବହାର ଦ୍ବାରା ଏଥିରେ ବୃଦ୍ଧି ହେଉଛି। ସବୁଠୁ ଅଧିକ ପିଲାଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖାଦେଉଛି। ତେଣୁ ଏଥିପାଇଁ ଆଖିକୁ ସୁରକ୍ଷିତ ରଖିବା ଖୁବ୍ ଜରୁରୀ। ନିକଟରେ ହୋଇଥିବା ଏମ୍ସର ଗବେଷଣାରୁ ଜଣାପଡ଼ିଛି ଯେ କରୋନା ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍, ସ୍ମାର୍ଟ ଫୋନ୍‌ର ଅଧିକ ବ୍ୟବହାର ଏବଂ କମ୍ପ୍ୟୁଟର ଗେମ୍ସ ଖେଳିବା କାରଣରୁ ପିଲାଙ୍କ ଆଖି ଉପରେ ଖରାପ ପ୍ରଭାବ ପଡ଼ିଛି। ଗବେଷଣା ଅନୁଯାୟୀ, କରୋନା ପୂର୍ବରୁ ପିଲାଙ୍କଠାରେ ମାୟୋପିଆ ୫ ରୁ ୭ ପ୍ରତିଶତ ଥିଲା ଯାହାକି କରୋନା ପରେ ୧୧ ରୁ ୧୫ ପ୍ରତିଶତ ହୋଇଛି। ୨୦୫୦ ପର‌୍ୟ୍ୟନ୍ତ ୫୦ ପ୍ରତିଶତ ପିଲା ହୋଇଯିବେ ଅନିଫିଟ୍‌: – ଏମ୍ସ ରାଜେନ୍ଦ୍ର ପ୍ରସାଦ ଆଖି ହସ୍ପିଟାଲର ମୁଖ୍ୟ ପ୍ରଫେସର ଜୀବନ ଏସ ଟିଟିୟାଲ କହିଛନ୍ତି ଯଦି ପିଲାମାନେ ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଅନଲାଇନ ଗେମ୍‌, ଡିଜିଟାଲ ସ୍କିନ୍‌ର ଅତ୍ୟଧିକ ବ୍ୟବହାର କରିଚାଲିଥିବେ ତେବେ ୨୦୫୦ ସୁଦ୍ଧା ଦେଶରେ ୫୦ ପ୍ରତିଶତ ନିକଟ ଦୃଷ୍ଟି ରୋଗରେ ଶିକାର ହୋଇଯିବେ। ଏମିତିରେ ପିଲାମାନେ ଆଖିକୁ ସୁରକ୍ଷିତ ରଖିବା ଜରୁରୀ। ତେବେ ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାରୁ ବଞ୍ଚାଇବା ପାଇଁ ବିଦ୍ୟାଳୟରେ ଏନେଇ ପ୍ରଶିକ୍ଷଣ ଏବଂ ନିଦ୍ଦେର୍ର୍‌ଶକୁ ପାଳନ କରିବାକୁ ହେବ। ପିଲାମାନଙ୍କୁ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ପର‌୍ୟ୍ୟନ୍ତ ଡିଜିଟାଲ ସ୍କ୍ରିନ୍‌ର ବ୍ୟବହାର କରିବାକୁ ଦିଆନଯାଉ। ଆଉ ମୋବାଇଲ ବ୍ୟବହାର କରୁଥିବା ସମୟରେ ମଧ୍ୟ ମଝିରେ ମଝିରେ ବିରତି ଦେବା ଦରକାର। ଯଦି ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି ତେବେ‌ ତାଙ୍କୁ ଚଷମାର ବ୍ୟବହାର କରିବା ଦରକାର। ବର୍ଷରେ ଅନ୍ତତଃ ଥରେ ଆଖି ପରୀକ୍ଷା କରିବା ଦରକାର।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!