Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ ମେଡିକାଲର ବଡ ଭୁଲ, ରୋଗୀକୁ ଦିଆଗଲା ଏକ୍ସପାୟାରୀ ଔଷଧ

by ସଞ୍ଜୟ ସ୍ୱାଇଁ
September 29, 2021
in Health, State
ବଡ଼ ମେଡିକାଲର ବଡ ଭୁଲ, ରୋଗୀକୁ ଦିଆଗଲା ଏକ୍ସପାୟାରୀ ଔଷଧ
103
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଡ଼ ମେଡିକାଲର ବଡ ଭୁଲ। ରୋଗୀକୁ ଦିଆଗଲା ଏକ୍ସପାୟାରୀ ଔଷଧ। ଆଉ ଏଭଳି ଘଟଣା ଘଟିଛି ବଲାଙ୍ଗିରର ବଡ଼ ମେଡିକାଲରେ। ଯେଉଁଠାରେ ଜଣେ ରୋଗୀ ମାଗଣା ମେଡିସିନ୍ କିଣିବା ପାଇଁ ମେଡିକାଲର ନିରାମୟାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଏକ୍ସପାୟାରୀ ମେଡିସିନ୍ ଦିଆଯାଇଥିଲା। ସୌଭାଗ୍ୟ ବଶତଃ ବ୍ୟକ୍ତି ଜଣକ ସେହି ମେଡିସିନ୍ ଖାଇନାହାନ୍ତି। ମଙ୍ଗଳବାର ପୁଇଁନ୍ତଲା ବ୍ଲକ ପୁଡାପାଲି ଗାଁର ସୁଶାନ୍ତ ସାହୁଙ୍କୁ ସାମାନ୍ୟ ଥଣ୍ଡା ଓ କାଶ ହୋଇଥିଲା। ସେ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆସିଥିଲେ। ଆଉଟଡୋରରେ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଦୁଇଟି ଔଷଧ ପ୍ରେସକ୍ରାଇବ କଲେ। ତାପରେ ରୋଗୀ ଜଣକ ନିରାମୟକୁ ଯାଇ ସରକାରୀ ମାଗଣା ଔଷଧ ଆଣିଲେ। ତେବେ ସେଥିରୁ ଗୋଟେ ଔଷଧ ଏକ୍ସପାୟାରୀ ହୋଇଥିବା ଜାଣିବାକୁ ପାଇଲେ। ଏହା ଜାଣିପାରି ସେ ଔଷଧ ଖାଇନଥିଲେ। ତେବେ ସରକାରୀ ହସ୍ପିଟାଲରେ ଏକ୍ସପାୟାରୀ ମେଡିସିନର ଷ୍ଟକ୍ କେମିତି ରହିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ଭୀମଭୋଇ ମେଡିକାଲ କଲେଜର ସୁପରିନଟେଣ୍ଡେଣ୍ଟ କହିଛନ୍ତି ଯେ, ଏକ୍ସପାୟାରୀ ମେଡିସିନ୍ ମିଳିବା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ। ଏକ୍ସପାୟାରୀ ମେଡିସିନର ଷ୍ଟକ୍ କେମିତି ରହିଲା, ତା’ର ଆମେ ତଦନ୍ତ କରିବୁ। ଏହାଛଡ଼ା କେତେ ଏକ୍ସପାୟାରୀ ମେଡିସିନ୍ ବାହାରକୁ ଯାଇଛି, ତାକୁ ଡିଟେଲ୍ସ ଖୋଜି ଏହାର ପୂରା ତଦନ୍ତ ହେବ। ଏବଂ ଯେଉଁମାନେ ଦୋଷୀ ଥିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୁପରିନଟେଣ୍ଡେଣ୍ଟ କହିଛନ୍ତି। ଯଦିଓ ମେଡିସିନର ଏକ୍ସପାୟାରୀ ସରିଗଲା ପରେ ତା’ର ପାୱାର ନଥାଏ, କିନ୍ତୁ ଏହାଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବ ବୋଲି ସୁପରିନଟେଣ୍ଡେଣ୍ଟ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!