ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକର ପୂର୍ବତନ ଜିପିଓ ସତ୍ୟନାରାୟଣ ଭୋଇଙ୍କ ଆଜି ସକାଳୁ ପରଲୋକ ଘଟିଛି । ଶ୍ରୀଯୁକ୍ତ ଭୋଈ ଦୁର୍ଘଟଣା ଗ୍ରସ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ l ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକର ପୂର୍ବତନ ଜିପିଓ ସତ୍ୟନାରାୟଣ ଭୋଇ ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏକ ଲାଲ କଲରର ବୋଲେରୋ ଧକ୍କା ଦେଇଥିଲା l ଯାହାଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇ ଦୀର୍ଘ ଏକ ମାସ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଆସୁଥିବା ବେଳେ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି l ଶ୍ରୀଯୁକ୍ତ କର୍ମ ତତ୍ପର, ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ ତେଣୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଶ୍ରୀଯୁକ୍ତ ଭୋଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାର ପିଇଓ ସଂଘର ପୂର୍ବତନ ସଭାପତି ପ୍ରକାଶ ଦାସ ଓ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗଗନବିହାରୀ ମିଶ୍ର ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି l






