Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗର କର୍ମଚାରୀ: ଧଳାଜହର ନିଶାରେ କଣ୍ଟିଲୋ-ରାଜକିଆରି-ଗଣିଆ ଅଞ୍ଚଳର ଯୁବଗୋଷ୍ଠୀ

by ସଞ୍ଜୟ ସ୍ୱାଇଁ
October 13, 2021
in Breaking, Nayagarh
କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗର କର୍ମଚାରୀ: ଧଳାଜହର ନିଶାରେ କଣ୍ଟିଲୋ-ରାଜକିଆରି-ଗଣିଆ ଅଞ୍ଚଳର ଯୁବଗୋଷ୍ଠୀ
200
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି ଧଳା ଜହର ବ୍ୟବସାୟ । ଧଳା ଜହର ନିଶାରେ ପଥଭ୍ରଷ୍ଟ ହେଉଛନ୍ତି ଯୁବଗୋଷ୍ଠୀ । ଚୋରୀ, ଡକାୟତ ଠାରୁ ଆରମ୍ଭ କରି ଏହି ନିଶା ନେଇ ପରିବାର ଭିତରେ କଳହ ସୃଷ୍ଟି କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏହା ସବୁ ଜାଣିଶୁଣି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରା ଯାଇଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଯେଉଁ କାମ କରିବା କଥା ତାହା ସଠିକ୍ ଭାବେ କରୁନଥିବା ବେଳେ ନୟାଗଡ଼ ପୁଲିସ୍ କିଛି ପରିମାଣର ଦାୟୀତ୍ୱ ମୁଣ୍ଡକୁ ନେଇକ୍ତି । ଧଳାଜହର ବ୍ୟବସାୟରେ ରୋକ ଲଗାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍ କରାଯାଇ ଚଢାଉ କରାଯାଉଛି । ହେଲେ ଏହି ସ୍ୱତନ୍ତ୍ର ଟିମ୍ କେବଳ ଜାତୀୟ ରାଜପଥରେ ଅଟଳି ଯାଇଛନ୍ତି । ସେପଟେ ରାଜ୍ୟ ରାଜପଥ ଦେଇ ନୟାଗଡ଼ ଜିଲ୍ଲା ଭିତରକୁ ପ୍ରଚୁର ପରିମାଣର ଧଳା ଜହର ଆସୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସ୍ୱତନ୍ତ୍ର ଟିମ୍ କେବଳ ନୟାଗଡ଼ ଦେଇଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ଓ ଚାନ୍ଦପୁର ଛକ ଦେଇ ଯାଇଥରବା ରାଜପଥରେ ଉପରେ ନଜର ପକାଉଥିବା ବେଳେ ସେପଟେ କଟକ, ଖୋର୍ଦ୍ଧା ଜିଲ୍ଲାରୁ ଧଳା ଜହର ବ୍ୟବସାୟୀମାନେ କଳାପଥର, ଭାପୁର, କଣ୍ଟିଲୋ ଅଞ୍ଚଳରେ ଧଳାଜହର ବିକ୍ରି କରୁଥିବା ବେଳେ ଆଉ କେତେକ ବ୍ୟବସାୟୀ କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଦେଇ ନୟାଗଡ଼ ଜିଲ୍ଲାର ରାଜକିଆରୀ ଛଳରେ ଆସି ଧଳା ଜହର ବ୍ୟବସାୟୀମାନେ ଧଳା ଜହର ବ୍ୟବସାୟ କରୁଥିବା ଜଣାପଡିଛି । ହାତ ପାହାନ୍ତାରେ ଧଳା ଜହର ମିଳୁଥିବାରୁ ବର୍ତ୍ତମାନ କଣ୍ଟିଲୋ, ରାଜକିଆରି ଓ ଗଣିଆ ଅଞ୍ଚଳର ଶତାଧିକ ଯୁବ ଗୋଷ୍ଠୀ ଏହି ନିଶା ପଥଭ୍ରଷ୍ଟ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ହେଲେ ଧଳା ଜହର ରୋକିବା ପାଇଁ ଜିଲ୍ଲା ପୁଲିସ୍ ଆଉ କିଛି ପଦକ୍ଷେପ ଆପଣେଇବା ନିତ୍ୟାନ୍ତ ଜରୁରୀ ବୋଲି ଆଲୋଚନା କରାଯାଇଛି । ନୟାଗଡ଼ ଅବକାରୀ ବିଭାଗର ତ ନିଦ ଭାଙ୍ଗୁନଥିବା ଯୋଗୁଁ ବୁଦ୍ଧିଜୀବି ମହଲରେ ନିନ୍ଦା କରୁଥିବା ବେଳେ ଜିଲ୍ଲା ପୁଲିସକୁ ପ୍ରଶଂସା କରୁଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!