Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମ କାର୍ଡ ବଦଳାଇ ଲୁଟିନେଲା ୯୦ହଜାର

by ସଞ୍ଜୟ ସ୍ୱାଇଁ
May 24, 2023
in Crime, State
ଏଟିଏମ କାର୍ଡ ବଦଳାଇ ଲୁଟିନେଲା ୯୦ହଜାର
125
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ପୁଣି ଯାଜପୁରରେ ଠକେଇର ଶିକାର ହେଲେ ଆଉ ଜଣେ ଯୁବକ। ଯୁବକଙ୍କୁ ଭୁଆଁ ବୁଲାଇ ତାଙ୍କ ଏଟିଏମରୁ ୯୦ହଜାର ଟଙ୍କା ଉଠାଇ ନେଇ ଜଣେ ଅଜଣା ବ୍ୟକ୍ତି ଚମ୍ପଟ ମାରିଛି। ଠକେଇର ଶିକାର ହୋଇଥିବା ଯୁବକ ବଡ଼ଚଣା ଥାନା କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଶିଶିରକାନ୍ତ ବିଶ୍ୱାଳ। ଅଭିଯୋଗ ଅନୁଯାୟୀ, ଶିଶିର ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ନିକଟ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେଠାରେ ଥିବା ଜଣେ ଅଜଣା ବ୍ୟକ୍ତି ଚାଲାକ କରି ତାଙ୍କ କାର୍ଡଟିକୁ ମାଗି ନେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ଶିଶିର ପିନ ମାରିଥିଲେ। ଠିକ ଏହି ସମୟରେ ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଏକ ନକଲି କାର୍ଡ ଧରାଇ ସେଠାରୁ ଖସି ପଳାଇଥିଲା। ଶିଶିର ନକଲି କାର୍ଡଟିକୁ ମେସିନରେ ପୁରାଇବାରୁ ଟଙ୍କା ବାହାରି ନଥିଲା। ପରେ ବ୍ୟାଙ୍କ ଭିତରକୁ ଯାଇ ତାଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରିବାରୁ କିଛି ସମୟ ବ୍ୟବଧାନ ଭିତରେ ତାଙ୍କ ଆକାଉଣ୍ଟରୁ ୯୦ହଜାର ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ତାଙ୍କର ଜମାରାଶି ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି। ଏଟିଏମ ମାଧ୍ୟମରେ ୪ଥର ୧୦ହଜାର ଲେଖାଏଁ ଟଙ୍କା ଏବଂ ୪ଟି ପେଟ୍ରୋଲ ପମ୍ପରୁ ୫୦ହଜାର ଟଙ୍କା ଉଠାଯାଇଥିବା ଷ୍ଟେଟମେଣ୍ଟରୁ ଜଣାପଡିଥିଲା। ଏନେଇ ଶିଶିର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଲାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ଜିଲ୍ଲାର ଜାରକା ଅଂଚଳର ଜୈନେକ ବ୍ୟବସାୟୀଙ୍କ ଆକାଉଣ୍ଟ ରୁ ୯୫ହଜାର ଟଙ୍କା ଗାୟବ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!