Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଗୁଲାର ପରୀକ୍ଷାର୍ଥୀଙ୍କୁ ଦିଆଗଲା ଏକ୍ସରେଗୁଲାର ପ୍ରଶ୍ନପତ୍ର

by ସଞ୍ଜୟ ସ୍ୱାଇଁ
August 3, 2021
in Education, State
ରେଗୁଲାର ପରୀକ୍ଷାର୍ଥୀଙ୍କୁ ଦିଆଗଲା ଏକ୍ସରେଗୁଲାର ପ୍ରଶ୍ନପତ୍ର
53
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଚାଲିଛି ମାଟ୍ରିକ୍‌ ଅଫ ଲାଇନ୍‌ ପରୀକ୍ଷା। ହେଲେ ପ୍ରଶ୍ନପତ୍ରକୁ ନେଇ ସୃଷ୍ଟି ହୋଇଛି ବିଭ୍ରାଟ। ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ସେହିପରି ଏକ୍କ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଛି। ତେବେ ତୃଟି ସଂଶୋଧନ ଲାଗି ତୁରନ୍ତ ପଦକ୍ଷେପ ନେଇଥିଲେ ସ୍କୁଲ୍ କର୍ତ୍ତୃପକ୍ଷ। ହେଲେ ଆଜି କିଛି ସମୟ ଲାଗି ପରୀକ୍ଷା କେନ୍ଦ୍ରରେ ଖୁବ୍ ହୋ ହାଲ୍ଲା ହୋଇଥିଲା । ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ଭିତରେ ତୃଟି ଧରା ପଡ଼ିଯିବା ପରେ କେନ୍ଦ୍ର ପରିଚାଳକ ତୁରନ୍ତ ପଦକ୍ଷେପ ନେଇଥିଲେ। ପ୍ରଶ୍ନପତ୍ର ଗୁଡିକୁ ଅଦଳ ବଦଳ କରାଯିବା ସହିତ ସବୁ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇଥିଲା ବୋଲି ସୁପରି ତେଣ୍ଡେଣ୍ଟ କହିଥିଲେ। କିନ୍ତୁ ଏଭଳି ବିଭ୍ରାତକୁ ନେଇ ଅଭିଭାବକ ମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ନିଜର ଆପତ୍ତି ଜଣାଇଛନ୍ତି। କଟକ କଲେଜ୍ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ତୃପକ୍ଷଙ୍କ ଅବହେଳା ପାଇଁ ଚଳିତ ବର୍ଷ ୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ଅଫ ଲାଇନ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!