ବଲାଙ୍ଗୀର, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ସ୍ତ୍ରୀ ବିଦ୍ୟା ଭାରତୀ । ବଲାଙ୍ଗୀର ସ୍ଥିତ ଏଲଆଇ ତାଲିମ କେନ୍ଦ୍ରରେ ଦେଉଥିବା ପରୀକ୍ଷା ଆଜି ଶେଷ ହୋଇଛି । ଏଲଆଇ ପରୀକ୍ଷା ଦେବାପାଇଁ ଗତ ୨୯ତାରିଖରୁ ବଲାଙ୍ଗୀର ରେ ପହଁଞ୍ଚି ସେ ପରୀକ୍ଷା ଦେଉଥିବା ବେଳେ ଆଜି ଶେଷ ହୋଇଛି । ଶେଷରେ ପରୀକ୍ଷା ଦେଇ ବିଦ୍ୟାଭାରତୀ ଘରକୁ ଫେରିଛନ୍ତି। ସୂଚନା ମୁତାବିକ, ବିଦ୍ୟାଭାରତୀ ୭ ଟି ବିଷୟରେ ପରୀକ୍ଷା ଦେଇଛନ୍ତି । ଦୀର୍ଘ ୧୦ ଦିନ ଧରି ବଲାଙ୍ଗୀର ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପରୀକ୍ଷା ଦେଉଥୁବା ତାଙ୍କ ବାପା କହିଥିଲେ। ତେବେ ଆଜି ମଧ୍ୟ ପରୀକ୍ଷା ଆରମ୍ଭର ୫ ମିନିଟ ପୂର୍ବରୁ ଧଳା ରଙ୍ଗ କାରରୁ ବାହାରି ସିଧା ପରୀକ୍ଷା ହଲକୁ ଯାଇ ପୁଣି ପରୀକ୍ଷା ସରିବା ପରେ ପ୍ରଥମେ ବାହାରି ପୁଣି କାରରେ ତାଙ୍କ ବାପା ମା’ଙ୍କ ସହ ଫେରିଛନ୍ତି। ଏସିଏଫ ସୋମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଘନ ଘନ ଜେରା ଓ ତଦନ୍ତ ପରେ ଏଲଆଇ ତାଲିମ କେନ୍ଦ୍ରରେ ଫାଇନାଲ ପରୀକ୍ଷା ଦେବାକୁ ଆସିଥିଲେ ବିଦ୍ୟାଭାରତୀ। ବଲାଙ୍ଗୀରରେ ଏଲଆଇ ଟ୍ରେନିଂ ନେଉଥିଲେ । ତେବେ ମାନସିକ ଚାପରେ ବିଦ୍ୟା ଭାରତୀ ରହି ଥିବାବେଳେ ପରୀକ୍ଷା ସମ୍ପୂର୍ଣ୍ଣ ଦେଇଥିବା ବିଦ୍ୟା ଭାରତୀଙ୍କ ପରିବାରବର୍ଗ କହିଛନ୍ତି ।






