Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଭେରେଷ୍ଟର ସାତ ପର୍ବତ ଚଢ଼ି କମାଲ ଦେଖାଇଲେ ଓଡିଆ ଝିଅ ଗାୟତ୍ରୀ

by ସଞ୍ଜୟ ସ୍ୱାଇଁ
July 13, 2021
in Lifestyle, State
ଏଭେରେଷ୍ଟର ସାତ ପର୍ବତ ଚଢ଼ି କମାଲ ଦେଖାଇଲେ ଓଡିଆ ଝିଅ ଗାୟତ୍ରୀ
190
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଓଡିଆ ଝିଅ ଗାୟତ୍ରୀ ମହାନ୍ତିଙ୍କ ପର୍ବତାରୋହଣରେ ସଫଳତାର ପାହାଚ ପରେ ପାହାଚ ଚଢି ଚାଲିଛନ୍ତି । ଏହା ଛଡ଼। ଫିଟନେସ ପ୍ରଶିକ୍ଷକ ଭାବେ କାର୍ୟ୍ୟ କରିବା ସହ ସେ ମିସେସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ଟାଇଟଲ ହାସଲ କରିସାରିଛନ୍ତି। ଗାୟତ୍ରୀ ମହାନ୍ତିଙ୍କ ଜନ୍ମ କଟକ ଜିଲା ବାଦାମବାଡିରେ ।ତାଙ୍କର ବାପା ସ୍ବର୍ଗତ ରତିକାନ୍ତ ମହାନ୍ତି ଓ ସ୍ବର୍ଗତ ଜେଜେ ସୀତାକାନ୍ତ ମହାନ୍ତି ବାଲେଶ୍ବର ଜିଲା ସୋର ଗୁହାରିଆ ସାହିରୁ ଯାଇ କଟକରେ ଅବସ୍ଥାନ କରିଥିଲେ। ଗାୟତ୍ରୀ ୧୯୮୧ ମସିହାରେ ବାଦାମବାଡିରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷା କଟକ ଏସସିବି ମେଡିକାଲ ପବ୍ଲିକ ସ୍କୁଲରୁ ସମାପ୍ତ କରି ଯୁକ୍ତ ଦୁଇ ରଭେନ୍ସା ଜୁନିୟର କଲେଜରେ ସମାପ୍ତ କରିଥିଲେ । ଯୁକ୍ତ ତିନି ରଭେନ୍ସାରେ ସମାପ୍ତ କରିବା ପରେ ୨୦୦୫ରେ କିଟ୍‌ରେ ଏମବିଏ ଶେଷ କରିଥିଲେ। ଏହାପରେ ଗାୟତ୍ରୀ ବାଙ୍ଗାଲୁରୁରେ ୧୨ ବର୍ଷ ବିଭିନ୍ନ ବ୍ୟାଙ୍କରେ କାର୍ୟ୍ୟ କରିଥିଲେ। ବ୍ୟାଙ୍କ ଚାକିରି ଛାଡି ଗାୟତ୍ରୀ ଫିଟନେସ ଇଣ୍ଡଷ୍ଟ୍ରିରେ ଦ୍ବିତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଆନ୍ତର୍ଜ।ତୀକ ଖେଳ ଓ ବିଜ୍ଞାନ ଆସୋସିଏସନରୁ ଟ୍ରେନର ଭାବେ ଯୋଗ୍ୟତା ହାସଲ କରିଥିଲେ। ଏହା ପରେ ଜୁମ୍ବା ପ୍ରଶିକ୍ଷକଭାବେ ବାଙ୍ଗାଲୋରରେ କାର୍ୟ୍ୟ କରିଥିଲେ । ସେହିପରି ୨୦୧୯ରେ ମିସେସ କର୍ଣ୍ଣ।ଟକ ଟାଇଟେଲ ହାସଲ କରିବା ପରେ ସେହି ବର୍ଷ ମିସେସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ଟାଇଟେଲ ହାସଲ କରିଥିଲେ। ଛାତ୍ର ଜୀବନର ୧୭ବର୍ଷ ବୟସରେ ସେ ଭାରତର ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ସାମିଲ ହେବା ସହ ୧୯ ବର୍ଷ ବୟସରେ ବେଷ୍ଟ କ୍ୟାଡେଡ ଭାବେ ନେପାଳ ଗସ୍ତ କରିଥିଲେ। ସେ ୨୦୧୭ମସିହାରେ ହିମାଳୟର ତ୍ରିଉଣ୍ଡ ଟ୍ରେକ ପର୍ବତାରୋହଣ କରିଥିଲେ। ସେହିପରି ୨୦୧୮ ମସିହାରେ ଲଦାଖର ଚାଦର ଟ୍ରେକ ପର୍ବତାରୋହଣ ଆରମ୍ଭ କରିଥିଲେ। ଚାଦର ଟ୍ରେକ ୧୧,୦୦୦ ଫୁଟ ଉଚ୍ଚତାର ଅବସ୍ଥିତ ସେଠାକାର ତାପମାତ୍ରା ବିଯୁକ୍ତ ୨୦ ରୁ ୪୦ ଡିଗ୍ରୀ ଅଟେ। ପର୍ବତାରୋହଣର ତାଙ୍କର ଦ୍ବିତୀୟ ଦିନରେ ହାତ ଭାଙ୍ଗିଯାଇଥିଲେ ମଧ୍ୟ ବିନା ଔଷଧ ଓ ବିନା ଡାକ୍ତରରେ ସେ ୭ ଦିନ ମଧ୍ୟରେ ସଫଳତା ହାସଲ କରିଥିଲେ। ସେଠାରୁ ଫେରି ହାତ ଅସ୍ତ୍ରୋପଚାର ହେବା ପରେ ଭାରତ୍ତୋଳନ ପ୍ରତିଯୋଗୀତାରେ ଭାଗ ନେଇ ସଫଳତା ହାସଲ କରିଥିଲେ। ଗତ ଏପ୍ରିଲରେ ସେ ଏଭରେଷ୍ଟ ବେସ କ୍ୟାମ୍ପ ଟ୍ରେକ ଯାହାକି ୫,୩୬୪୪ ମିଟର ଉଚ୍ଚତାରେ ଅବସ୍ଥିତ ସେଠାରେ ପହଞ୍ଚିବା ପାଇଁ ପର୍ବତାରୋହଣ ଆରମ୍ଭ କରିଥିଲେ।ଯେଉଥିରେ ସେ ୧୮ ଦିନରେ ୧୫୦ କିଲୋମିଟର ପର୍ବତାରୋହଣ କରିଥିଲେ। ଏଠାରେ ତାପମାତ୍ରା ବିଯୁକ୍ତ ୧୫ରୁ ୨୦ ଡଗ୍ରୀ ରହୁଥତ୍ଲା। ୨୦୧୯ରେ ଇଣ୍ଟରନେସନାଲ ଓବମେନ ଆଚିଭର ଆଓବାର୍ଡ ପାଇଁ ଚୟନ ହୋଇ ୧୦୮ ବର୍ଷିୟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସାଲୁମରଦା ଥତ୍ମକାଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଆଗକୁ ଅଗଷ୍ଟ ମାସରେ ନଅ ଦିନିଆ କାର୍ୟ୍ୟକ୍ରମରେ ସେ ୟୁରୋପର ମାଉଣ୍ଟ ଏଲବ୍ରସ ପର୍ବତା ରୋହଣ କରିବେ ଓ ସପ୍ଟେମ୍ବର ମାସରେ ଆଫ୍ରିକାର ମାଉଣ୍ଟ କିଲିମାରୋ ପର୍ବତାରୋହଣ କରିବାକୁ ଯୋଜନା ରଖିଛନ୍ତି। ପାଞ୍ଚ ହଜାର ଛଅ ଶହ ବୟାଳିଶ ମିଟର ଉଚ୍ଚ ୨୦ରୁ ୨୫ ଡିଗ୍ରୀ ବିଜୁକ୍ତ ତାପମାତ୍ରା ରହି ପର୍ବତାରୋହ କରିବେ। ସେ ଏଥିପାଇଁ ପ୍ରସ୍ତୁତି ଯୋରଦାର ଚଳାଇଛନ୍ତି। ଏସବୁ ସଫଳତା ପଛରେ ମାଆ ମିନତୀ ପଟ୍ଟନାୟକ, ସ୍ବାମୀ ସନ୍ଦୀପ ପଟ୍ଟନାୟକ ଓ ପୁଅ ନମନଙ୍କର ପୂର୍ଣ୍ଣ ସହଯୋଗ ରହିଛି ବୋଲି ସେ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!