ଇଟାମାଟି (ବାଘୁଆବାର୍ତ୍ତା): ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଗୋଲାପ ଦଳବେହେରା, ସମ୍ମାନିତ ଅତିଥି ଭାବରେ ଅନ୍ତର୍ଜାତିକ ସାହିତ୍ୟିକା ବସିରନ୍ ବିବି ଯୋଗଦେଇଥିଲେ। ସଭାରେ ସଭାପତିତ୍ବ କରିଥିଲେ ଇଟାମାଟି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନ ଏବଂ ଶ୍ରୀମତୀ ସ୍ମିତାରାଣୀ ସ୍ବାଇଁ ସଭାକୁ ପରିଚାଳନା କରିଥିଲେ। ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ମହିଳା ଏହି ସଭାରେ ଯୋଗଦେଇ ଅନ୍ତର୍ଜାତିୟ ମହିଳା ଦିବସ ପାଳନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଗ୍ରାମର ୧୦ଜଣ ମହିଳାଙ୍କୁ ସମ୍ମାନିତ ପୂର୍ବକ ମାନପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଅରୁଣା ନାୟକଙ୍କୁ ମହିଳା ଜିଲ୍ଲା ପରିଷଦ, ସୁଶ୍ରୀ ପୁନମ୍ ସରଫ୍ ମହିଳା ଡାକ୍ତର, ଇଂ ସୁମିତ୍ରା ନାୟକ ସମାଜସେବୀ, ଶ୍ରୀମତୀ ପଦ୍ମିନୀ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, ଶ୍ରୀମତୀ ମମତା ମହାରଣା ପ୍ରଥମ ମହିଳା ଜିଲ୍ଲା ପରିଷଦ, ଶ୍ରୀମତୀ ଅମିତା ପ୍ରଧାନ ସମାଜସେବୀ, ସୁଶ୍ରୀ ଅମ୍ରିତା ପାଣି କଣ୍ଠଶିଳ୍ପୀ, ଶ୍ରୀମତୀ ବବିତାରାଣୀ ଜେନା ପ୍ରଥମ ମହିଳା ସରପଞ୍ଚ, ସୁଶ୍ରୀ ସବିତା କୁମାରୀ ବରାଡ଼ ମହିଳା ଡାକ୍ତର, ସୁଶ୍ରୀ ମଧୁସ୍ମିତା ସାହୁ ମହିଳା ଇଂଜିନିୟର ଭାବେ ସମ୍ମାନିତ ହୋଇଥିଲେ। ସଭା ଶେଷରେ ଆଇ.ସି.ଡ଼ି.ଏସ୍. ସୁପରଭାଇଜର ସବିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।





