Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇପିଏଫ୍‌ର ବଡ଼ ପଦକ୍ଷେପ, ବଢ଼ିଲା ଇଡିଏଲ୍ଆଇ ସ୍କିମ୍ ଜୀବନ ବୀମା କଭର

by ସଞ୍ଜୟ ସ୍ୱାଇଁ
October 19, 2024
in NATIONAL NEWS
ଇପିଏଫ୍‌ର ବଡ଼ ପଦକ୍ଷେପ, ବଢ଼ିଲା ଇଡିଏଲ୍ଆଇ ସ୍କିମ୍ ଜୀବନ ବୀମା କଭର
136
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପ୍ରାୟ୬ କୋଟି ସଦସ୍ୟଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଜମା ସଂଯୁକ୍ତ ବୀମା (ଇଡିଏଲ୍ଆଇ) ସ୍କିମ୍ ସମ୍ପର୍କରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ଇଡିଏଲ୍ଆଇ ସ୍କିମ୍ ଅନ୍ତର୍ଗତ ସଦସ୍ୟଙ୍କ ପାଇଁ ଉର୍ଦ୍ଧିଷ୍ଟ ଜୀବନ ବୀମା କଭରରେ ବୃଦ୍ଧି କରାଯାଇଛି। ଏଣିକି ଇପିଏଫ୍ଓ ସଦସ୍ୟ ଅର୍ଥାତ୍ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଉତ୍ତରାଧିକାରୀଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ପୂର୍ବରୁ ଇଡିଏଲ୍ଆଇ ଯୋଜନାର ନିୟମ ଅନୁଯାୟୀ, ଏପ୍ରିଲ୍ ୨୦୨୧ ପର୍ୟ୍ୟନ୍ତ, କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଆଇନଗତ ଉତ୍ତରାଧିକାରୀମାନଙ୍କୁ ସର୍ବାଧିକ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ସଦସ୍ୟଙ୍କ ମୃତ୍ୟୁ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୀବନ ବୀମା କଭର ଦିଆଯିବ। ଇଡିଏଲ୍ଆଇ ସ୍କିମ୍ର ଏହି ନିୟମକୁ ପିଛିଲା ଭାବେ ଚଳିତବର୍ଷ ୨୮ ଏପ୍ରିଲରୁ ଲାଗୁ କରାଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟା କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୧୯୭୬ ମସିହାରେ ଇଡିଏଲ୍ଆଇ ଯୋଜନା ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ ସଦସ୍ୟମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା। ଯାହାଫଳରେ ଯେତେବେଳେ ବି ଏକ ଇପିଏଫ୍ ସଦସ୍ୟଙ୍କ ମୃତ୍ୟୁ ଘଟେ ତାଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ। ବର୍ତ୍ତମାନ ଇଡିଏଲ୍ଆଇ ସ୍କିମ୍ ଅନ୍ତିର୍ଗତ ମୃତ୍ୟୁ କ୍ଷେତ୍ରରେ ସଦସ୍ୟଙ୍କ ପରିବାର ସର୍ବନିମ୍ନ ୨.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। ଏହା ବ୍ୟତୀତ ଆର୍ଥିକ ସହାୟତା ପାଇବା କ୍ଷେତ୍ରରେ ରହିଥିବା ଏକ ପ୍ରତିଷ୍ଠାନରେ ଜଣେ କର୍ମଚାରୀଙ୍କ ପାଇଁ ୧୨ ମାସର ନିରନ୍ତର ସେବାର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ଚାକିରି ବଦଳାଉଥିବା କର୍ମଚାରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!