କଟକ, (ବାଘୁଆବାର୍ତ୍ତା): ବାରବାଟୀରେ ଚାଲିଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୦୪ ରନର ବିଶାଳ ସ୍କୋର କରିଛି । ଭାରତ ଆଗରେ ଏବେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡ ପକ୍ଷରୁ ବ୍ୟାଟିଂରେ ବେନ ଡକେଟ, ଜୋ ରୁଟ ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ଜାଡେଜାଙ୍କ ଯାଦୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ବୋଲିଂ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍ ୬୫, ଜୋ ରୁଟ୍ ୬୯, ଲିୟାମ ଲିଭିଙ୍ଗଷ୍ଟୋନ ୪୧, ଜୋସ ବଟଲର ୩୪, ହ୍ୟାରି ବ୍ରୁକ ୩୧, ଫିଲିପ ସଲ୍ଟ ୨୬ ରନ କରିଥିଲେ । ଫଳରେ ଦଳ ୪୯ ଓଭର ୫ଟି ବଲ ଖେଳି ୩୦୪ରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୩ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସାମୀ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଛନ୍ତି ।