ଭୁବନେଶ୍ୱର,(ବାଘୁଆବାର୍ତ୍ତା);ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଟା ପାୱାରର ଅଧ୍ୟକ୍ଷ (ଟିଏଣ୍ଡଡି) ଶ୍ରୀ ସଂଜୟ କୁମାର ବାଙ୍ଗା ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ତାଙ୍କ ସଂସ୍ଥା ବିଦୁ୍ୟତ ସେବା ଯୋଗାଇ ଦେବାରେ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ଅବଗତ କରିଥିଲେ । ଖୁବ୍ଶୀଘ୍ର ରାଜ୍ୟରେ ଉତ୍ତମ ମାନର ବିଦୁ୍ୟତ ଯୋଗାଣ ସହ ଉପଭୋକ୍ତାଙ୍କୁ ସହଜ ଓ ସରଳ ଭାବେ ବିଲ୍ ପଇଠ, ନୂତନ ଲାଇନ୍ ସଂଯୋଗ, ବ୍ରେକ୍ ଡାଉନ୍ ମରାମତି ଭଳି ସେବା ତ୍ୱରିତ ଭାବେ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି ଅବସରରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଟାଟା ପାୱାର ବିଦୁ୍ୟତ କର୍ମଚାରୀମାନଙ୍କ ଦକ୍ଷତା ବିକାଶ, ଯନ୍ତ୍ରାଂଶ ମରାମତି, ତାଲିମ ପ୍ରଦାନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସ୍ଥାନୀୟ ସମ୍ବଳର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ତତ୍ବ୍ୟତୀତ ବୈଷୟିକ ଜ୍ଞାନକୌଶଳ ବିକାଶ ସକାଶେ ସେ ଓଡ଼ିଶାରେ କାର୍ଯ୍ୟ କରୁଥିବା ବୈଷୟିକ ସଂସ୍ଥାଗୁଡ଼ିକ ସହ ସହବନ୍ଧନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ଆଲୋଚନା ସୌଜନ୍ୟମୂଳକ ଥିଲା ଏବଂ ଏହି ଅବସରରେ ଶ୍ରୀ ବାଙ୍ଗାଙ୍କ ସହ ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍. ସେନ୍ବାଗାମ୍
ଉପସ୍ଥିତ ଥିଲେ ।






