କାମାକ୍ଷାନଗର, (ବାଘୁଆବାର୍ତ୍ତା): ନିର୍ବାଚନ ପୂର୍ବରୁ ଢେଙ୍କାନାଳ ପୋଲିସର ବଡ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ। ସୂଚନା ଅନୁଯାୟୀ, ସୁବାସର ଗୋଡରେ ବାଜିଛି ଗୁଳି। ଏହି କୁଖ୍ୟାତ ଅପରାଧୀ ନାଁରେ ରହିଛି ୧୮ଟି ମାମଲା। ଦୁଇଟି ହତ୍ୟା ଓ ଡକାୟତି ସହ ଦାଦାବଟି ଭଳି ରହିଛି ସଙ୍ଗୀନ ଅଭିଯୋଗ। ଏହାସହ ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।





