ପୁରୀ, (ବାଘୁଆବାର୍ତ୍ତା): ପୁରୀରେ ଅପରାଧୀକୁ ପୋଲିସର ଏନକାଉଣ୍ଟର। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ଦୁର୍ଦ୍ଦାନ୍ତ ଅପରାଧୀ ନିଲୁ ବରାଳକୁ ଏନକାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଅପରାଧୀ ନିଲୁ ବରାଳ ଆହତ ହୋଇଛି। ତାର ବାମଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅତିରିକ୍ତ ଏସପି ଓ ସିଟି ଡିଏସପି ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ତା ନାଁରେ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରହିଛି। ପିନୁ ଠାରୁ ଗୋଟିଏ ପିସ୍ତଲ ଓ ୨ଟି ଗୁଳି ସହ ବାଇକ ଜବତ କରାଯାଇଛି।





