Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର

by ସଞ୍ଜୟ ସ୍ୱାଇଁ
December 11, 2023
in Crime, State
ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର
141
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀରେ ଆଜି ହୋଇଛି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ। ତା’ ଗୋଡ଼ରେ ଗୁଳି ବାଜିଛି। ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଝିଲି ସାହୁ ନାମକ ଜଣେ ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ସନ୍ତୁ। ପୁରୀ ସିଟି ଡିଏସ୍‌ପିଙ୍କ ସୂଚନା ଅନୁଯାୟୀ, ସନ୍ତୁ ବାରିକ ପୁରୀ-ବ୍ରହ୍ମଗିରି ରାସ୍ତା ଗିରଳ ଜଙ୍ଗଲରେ ଲୁଚିଥିଲା। ପୁଲିସ୍ ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହା ପରେ ପୁଲିସ୍‌ର ଏକ ଟିମ୍ ସେଠାରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଚଢ଼ାଉ କରିଥିଲା। ପୁଲିସ୍‌ର ଚଢ଼ାଉ ବେଳେ ଖସି ଯିବାକୁ ଉଦ୍ୟମ କରିଥିଲା ସନ୍ତୁ। ସେ ପୁଲିସ୍ ଉପରକୁ ଗୁଳି କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା। ପୁଲିସ୍ ସହିତ ତା’ର ଗୁଳି ବିନିମୟ ହୋଇଥିଲା। ପୁଲିସ୍ ଗୁଳିରେ ସେ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗତ ନଭେମ୍ବର ୨୩ ତାରିଖରେ ସନ୍ତୁ ବାରିକ ସହିତ ଜଣେ ସାଇକେଲ୍ ଆରୋହୀଙ୍କର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସନ୍ତୁ ଘରକୁ ଯାଇ ଏକ ପିସ୍ତଲଆଣି ଉକ୍ତ ବ୍ୟକ୍ତିଙ୍କୁ ମାରିବାକୁ ଖୋଜି ଥିଲା। ଝିଲି ସାହୁଙ୍କ ଘରେ ସେହି ବ୍ୟକ୍ତି ଲୁଚିଥିବା ସେ ସନ୍ଦେହ କରିଥିଲେ। ତେଣୁ ଝିଲି ସାହୁଙ୍କୁ ଧମକ ଚମକ ଦେବା ପରେ ତାଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ତିନିଟି ଟିମ୍ ଗଠନ କରି ସନ୍ତୁ ବାରିକକୁ ଖୋଜୁଥିଲା। ଆଜି ସେ ଗିରଳ ଜଙ୍ଗଲରେ ଲୁଚିଥିବା ନେଇ ପୁଲିସ୍ ଖବର ପାଇବା ପରେ ଚଢ଼ାଉ କରିଥିଲା। ସନ୍ତୁ ବାରିକ ଠାରୁ ଏକ ପିସ୍ତଲ ଜବତ କରାଯାଇଛି। ସନ୍ତୁ ନାଁରେ ପୂର୍ବରୁ ମାମଲା ରହିଛି। ୨୦୨୨ ଜାନୁଆରୀ ୨୮ ତାରିଖରେ ବ୍ରହ୍ମଗିରି ଥାନାରେ ତା’ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଆଉ କେଉଁ କେଉଁ ଥାନାରେ ତା’ ନାଁରେ ମାମଲା ରୁଜୁ ହୋଇଛି, ସେ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!