Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୋଟ ଶିଶୁଙ୍କ କିପରି ବଢ଼ିବ ଇମ୍ୟୁନିଟି ଜାଣନ୍ତୁ

by ସଞ୍ଜୟ ସ୍ୱାଇଁ
June 7, 2021
in Health, NATIONAL NEWS
ଛୋଟ ଶିଶୁଙ୍କ କିପରି ବଢ଼ିବ ଇମ୍ୟୁନିଟି ଜାଣନ୍ତୁ
335
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମ ହେବାକୁ ଲାଗିଛି । ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଖାସ କରି ଶିଶୁଙ୍କ ପାଇଁ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏହିଭଳି ସ୍ଥିତିରେ ପିଲାଙ୍କ ରୋଗ ପ୍ରତିରୋଧକ ମଜବୁତ କରିବା ବହୁତ ଜରୁରୀ । ପ୍ରତିରୋଧକ କ୍ଷମତା ମଜବୁତ କରିବାକୁ ଫୁଡ ସପ୍ଲିମେଣ୍ଟ କିମ୍ବା କୌଣସି ମହଙ୍ଗା ଡାଏଟର ଆବଶ୍ୟକତା ନାହିଁ । ଘରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଓ ସଠିକ ଜୀବନଶୈଳୀ ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇପାରିବ । ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିବେକର ଏବଂ ତାଙ୍କ ଟିମ ପିଲାମାନଙ୍କ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏକ ଭିଡିଓ ଟିପ୍ସ ସେୟାର କରିଛନ୍ତି । ସେ ୫ ଟି ଖାଦ୍ୟ ବିଷୟରେ କହିଛନ୍ତି, ଯାହା ଏହି ସମୟରେ ପିଲାମାନଙ୍କର ଡାଏଟରେ ସାମିଲ କରିବା ଉଚିତ । ସେହି ୫ଟି ଖାଦ୍ୟ କଣ କଣ…. ପିଲାଙ୍କୁ ଦିନକୁ ଥରେ ଯେକୌଣସି ମୌସୁମୀ ଫଳ କିମ୍ବା ଲୋକାଲ ଫଳ ନିଶ୍ଚୟ ଦିଅନ୍ତୁ । ଯଦି ପିଲାଙ୍କୁ ଫଳ ଖାଇବା ପସନ୍ଦ ନୁହେଁ ତାହେଲେ ଅଳ୍ପ ଟିକେ ବି ହଉ କିନ୍ତୁ ଦିଅନ୍ତୁ । ଆଭୋକାଡୋ ଏବଂ କିୱି ବଦଳରେ ଜାମୁକୋଳି, ଆମ୍ବ, ଅମୃତଭଣ୍ଡା, ବରକୋଳି ଭଳି ଫଳ ଖାଇବାକୁ ଦିଅନ୍ତୁ । ସନ୍ଧ୍ୟାରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ । ଏହି ସମୟରେ ପିଲାଙ୍କୁ କିଛି ମିଠା ଖାଦ୍ୟ ଦିଅନ୍ତୁ । ସହଜରେ ହଜମ ହେଉଥିବା ଭାତ ପିଲାଙ୍କୁ ନିଶ୍ଚୟ ଦିଅନ୍ତୁ । ରାତିରେ ଡାଲି, ଭାତ ଓ କ୍ଷୀର ଜାତୀୟ ଖାଦ୍ୟ ଦେଇପାରିବେ । ପିଲାଙ୍କୁ ପ୍ରତିଦିନ ଘର ତିଆରି ଆଚାର ବା ଚଟଣି ଦିଅନ୍ତୁ । ଏହା ପେଟରେ ଭଲ ବ୍ୟାକ୍ଟେରିଆ ବଢାଇଥାଏ । ପିଲାଙ୍କୁ ଦିନବେଳା କିଛି କାଜୁ ବି ଦିଅନ୍ତୁ । ଏହା ପିଲାଙ୍କୁ ଏନର୍ଜେଟିକ ଓ ଆକ୍ଟିଭ ରଖିବାକୁ ସମସ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯୋଗାଇଥାଏ । ପିଲାଙ୍କୁ ସୁସ୍ଥ ରଖିବାକୁ ଓ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରଖିବାକୁ ଶୋଇବା ସମୟସୀମା ମଧ୍ୟ ରହିବା ଆବଶ୍ୟକ । ପିଲା ରାତିରେ ଅଧିକ ସମୟ ଯାଏଁ ଚେଇଁବା ଓ ସକାଳେ ବିଳମ୍ବରେ ଉଠିବା ଭଲ ନୁହେଁ । ପିଲା ୮ ଘଣ୍ଟା ଶୋଇବା ଉଚିତ । ୮ ଘଣ୍ଟା ଶୋଉଥିବା ଶିଶୁଙ୍କ ମଧ୍ୟରେ ମୋଟାପଣ କମ ଦେଖିବାକୁ ମିଳିଥାଏ । ଏହାସହ ଜଙ୍କ ଫୁଡ ଖାଇବା ଇଚ୍ଛା ମଧ୍ୟ କମ ହୋଇଥାଏ । ପିଲାଙ୍କୁ ସୁସ୍ଥ ରଖିବାକୁ ଶାରୀରିକ ବ୍ୟାୟାମ ମଧ୍ୟ ନିହାତି ଆବଶ୍ୟକ । ପିଲା ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା ଉଚିତ । ଏକ ଅଧ୍ୟୟନ ଅନୁଯାୟୀ, ପିଲାମାନେ ସପ୍ତାହକୁ ୩ ଦିନ ଏରୋବିକ୍ସ କରିବା ଆବଶ୍ୟକ । ସପ୍ତାହର ଅନ୍ୟ ୩ ଦିନ ମାଂସପେଶୀ ଓ ହାଡ ମଜବୁତ କଲାଭଳି ବ୍ୟାୟାମ କରିବା ଉଚିତ । ପିଲା ପ୍ରତିଦିନ ଯୋଗ ମଧ୍ୟ କରିବା ଉଚିତ । ପିଲାଙ୍କ ସହ ବାପା-ମା’ମାନେ ମଧ୍ୟ ଯୋଗ କରିବା ଉଚିତ । ଏରୋବିକ୍ସ କରିବା ଦ୍ୱାରା ହାର୍ଟ ସୁସ୍ଥ ରହେ ଓ ଶରୀରରେ ଅକ୍ସିଜେନ ସଞ୍ଚାଳନ ଭଲ ଭାବେ ହୋଇଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!